40.1 C
Bhubaneswar
Thursday, April 25, 2024
Homeଅପରାଧଚର୍ଚ୍ଚରେ ପାଦ୍ରୀଙ୍କ ଦ୍ୱାରା ୧୭୫ ଶିଶୁ ଯୌନ......

ଚର୍ଚ୍ଚରେ ପାଦ୍ରୀଙ୍କ ଦ୍ୱାରା ୧୭୫ ଶିଶୁ ଯୌନ……

ମେକ୍ସିକୋସିଟି : ମେକ୍ସିକୋରେ ଚାଂଚଲ୍ୟ |  ଏକ ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଛନ୍ତି ବୋଲି ଏକ ରିପୋର୍ଟରୁ ଜଣା ପଡିଛି । ଲିଜିଓନାରିଜ୍‌ ଅଫ୍‌ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ୍‌ ମେସିଲ୍‌ ୬୦ ଜଣ ଶିଶୁଙ୍କୁ ଯୌନ ଶୋଷଣ କରି ଆସୁଥିଲେ ବୋଲି ସୂଚନା ମିଳିଛି । ୧୯୪୧ ମସିହାରୁ ଏହି ଚର୍ଚ୍ଚରେ ଶିଶୁଙ୍କ ସହ ଦୁଷ୍କର୍ମ କରାଯାଇ ଆସୁଛି ବୋଲି ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି ।
 
ରିପୋର୍ଟ ମୁତାବକ,୧୯୪୧ରୁ ୨୦୧୯ ଡିସେମ୍ବର ୧୬ ତାରିଖ ମଧ୍ୟରେ ମୋଟ ୧୭୫ ଜଣ ଶିଶୁଙ୍କୁ ଯୌନ ଶୋଷଣ କରାଯାଇଛି ବୋଲି ଏଡ୍‌ୱାର୍ଡ ରବ୍‌ଲେସ ଗିଲ୍‌ ଏହି ତଥ୍ୟ ପ୍ରକାଶ କରିଛନ୍ତି। ‌ଚର୍ଚ୍ଚରେ ଯୌନ ଶୋଷଣର ଶିକାର ହୋଇଥିବା ଶିଶୁମାନଙ୍କ ବୟସ ୧୧ରୁ ୧୬ ବର୍ଷ ବୟସ ମଧ୍ୟରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହି ଚର୍ଚ୍ଚର ପ୍ରତିଷ୍ଠାତା ମେସିଲ୍‌ଙ୍କର ୨୦୦୮ରେ ମୃତ୍ୟୁ ହେବା ପୂର୍ବରୁ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା ବୋଲି ଜଣା ପଡିଛି । ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଲା ସେ ମୁଖ୍ୟତଃ ନାବଳକଙ୍କୁ ଯୌନ ଶୋଷଣ କରିଆସୁଥିଲେ ବୋଲି ଏହି ରିପୋର୍ଟରେ ପ୍ରକାଶିତ ହୋଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking