26.1 C
Bhubaneswar
Friday, March 29, 2024
Homeଅପରାଧ୭ବର୍ଷର ନାବାଳିକାକୁ ଦୁଷ୍କର୍ମ

୭ବର୍ଷର ନାବାଳିକାକୁ ଦୁଷ୍କର୍ମ

କଟକ: ଦେଶରେ ନାରୀ ନିର୍ଯ୍ୟାତନାର ପରିମାଣ କ୍ରମଶଃ ବୃଦ୍ଧି ପାଉଥିବା ବେଳେ କ୍ରୁରକାମୀର କାମନାରୁ କୋମଳମତୀ ଶିଶୁମାନେ ମଧ୍ୟ ବାଦ୍ ପଡୁ ନାହାଁନ୍ତି । ତେବେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ଦୁଷ୍କର୍ମକାରୀଙ୍କୁ ଉଚିତ୍ ଶାସ୍ତି ନମିଳୁଥିବାରୁ ରାଜ୍ୟରେ ଏଭଳି ମହିଳା ହିଂସା ଓ ନାବାଳିକା ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସେହିଭଳି କଟକରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛିି ।
ସୂଚନା ଅନୁସାରେ,କଟକ ଜିଲ୍ଲା ନେମାଳ ଥାନା ଗୋପିନାଥପୁର ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୫୫ ବର୍ଷୀୟ ବ୍ୟକ୍ତି ଡମ୍ବୁରଧର ବେହେରାଙ୍କ ନାଁରେ ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି । ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ଡମ୍ବୁରୁଧର ଏହାର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଥିଲେ । ନେମାଳ ପୋଲିସ ଅଭିଯୋଗକୁ ଭିତ୍ତିକରି ଥାନାରେ ମାମଲା ରୁଜୁ କରିବା ସହିତ ନାବାଳିକାର ବୟାନ ରେକର୍ଡ କରି ଡାକ୍ତରୀମାଇନା କରିଛି । ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡ ବିଧାନ କରିବା ସହିତ ନ୍ୟାୟ ପ୍ରଦାନ କରିବାକୁ ନାବାଳିକାଙ୍କ ପରିବାର ପକ୍ଷରୁ ଦାବି ହୋଇଛି । ଅନ୍ୟପଟେ ନେମାଳ ପୋଲିସ ସଂପୃକ୍ତ ଅଭିଯୁକ୍ତ ଡମ୍ବୁରଧର ବେହେରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking