28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜିଠୁ ଜେଇଇ ମେନ

ଆଜିଠୁ ଜେଇଇ ମେନ

ଭୁବନେଶ୍ୱର : ଆଜିଠୁ ଅନଲାଇନ୍ ମୋଡ଼ରେ ଆରମ୍ଭ ହୋଇଛି ଜେଇଇ ମେନ୍ ପରୀକ୍ଷା ।  ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ (ଏନଟିଏ) ଏହାର ପରିଚାଳନା କରୁଛି । ଏଥିପାଇଁ ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏବର୍ଷ ଠାରୁ ୪ ଥର ହେବ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।  ଆସନ୍ତା ୧୬ ତାରିଖ ଯାଏ ଚାଲିବ । ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପ୍ରଥମ ସିଫ୍ଟ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଛାତ୍ରଛାତ୍ରୀ ଦ୍ୱିତୀୟ ସିଫ୍ଟ ପରୀକ୍ଷା ଦେବେ ।  କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ପରୀକ୍ଷାର ୨ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷାର୍ଥୀ।  କୋଭିଡ୍ ଯୋଗୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking