29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଭାରତୀୟ ସେନା ପାଇଁ ଉର୍ଜ୍ଜା ଚାଳିତ ମୋବାଇଲ ଟେଣ୍ଟ ବନାଇଲେ ଥ୍ରୀ ଇଡିଏଟସର ‘ରାଞ୍ଚୋ’

ଭାରତୀୟ ସେନା ପାଇଁ ଉର୍ଜ୍ଜା ଚାଳିତ ମୋବାଇଲ ଟେଣ୍ଟ ବନାଇଲେ ଥ୍ରୀ ଇଡିଏଟସର ‘ରାଞ୍ଚୋ’

ନୂଆଦିଲ୍ଲୀ : ବଲିଉଡ ବ୍ଲକବଷ୍ଟର ପିଲ୍ମ ଥ୍ରୀ ଇଡିଏଟସ ର ଫୁନସୁଙ୍କ ୱାଙ୍ଗଡୁ ଚରିତ୍ର ପାଇଁ ପ୍ରେରଣା ଦେଇଥିବା ଲଦାଖର ଇଞ୍ଜିନିୟର ସୋନମ ୱାଙ୍ଗଚୁକ, ଅଧିକ ଉଚ୍ଚା ସ୍ଥାନରେ ଭାରତୀୟ ସୈନିକଙ୍କ ଉପଯୋଗ ପାଇଁ ଏକ ମୋବାଇଲ ଉର୍ଜ୍ଜା ଚାଳିତ ତମ୍ବୁ ନିର୍ମାଣ କରିଛନ୍ତି । ତାଙ୍କ ମନରେ ଏପରି ବିଚାର କେଉଁଠୁ ଆସିଲା ଏହା ପଚାରିବାରୁ ୱାଙ୍ଗଚୁକ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ଜଣାପଡିଲା ୫୦ ହଜାର ଭାରତୀୟ ସୈନିକଙ୍କୁ ହାଡ ଭଙ୍ଗା ଶୀତରେ ଅଧିକ ଉଚ୍ଚା ପାହାଡ ଉପରେ ମୁତୟନ କରାଯାଛି । ସେତେବେଳେ ତାଙ୍କ ମନରେ ଏହି ବିଚାର ଆସଥିିଲା ।

କାରଣ ଏଭଳି ଶରୀର କମ୍ପିଯାଉଥିବା ଥଣ୍ଡାରେ ସୈନିକ ମାନେ କପଡା ଏବଂ ଲୁହାର ଟେଣ୍ଟରେ ରୁହନ୍ତି । ଏଥିରେ ଲକ୍ଷ ଲକ୍ଷ ଲିଟରର କିରୋସିନି ବ୍ୟବହାର କରାଯାଇଥାଏ । ଏହା ଅତ୍ୟଧିକ ବ୍ୟୟ ବହୁଳ ଅଟେ । ଏହା ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହିତ ଗ୍ଲାସିୟରକୁ ମଧ୍ୟ ପ୍ରଭାବିତ କରିଥାଏ ।
ବିଗତ ୨୫ ବର୍ଷ ଧରି ସୋଲାର ହିଟର ଘର ବନାଇବା ଉପରେ ଗବେଷଣା କରୁଥିବା ୱାଙ୍ଗଚୁକ କହିଛନ୍ତି ଯେ, ସେ ୧୫ ବର୍ଷ ହେବ ସୋଲାର ହିଟର ସେଲଟର ପ୍ରସ୍ତୁତ କରିବା ପାଇଁ ଗବେଶଣା କରଥିଲେ । ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କ ଟିମକୁ ୧ ମାସ ସମୟ ଲାଗିଥିଲା ।

ସେନା ପାଇ ଏହି ତମ୍ବୁ ରେ ୨ଟି ବିଭାଗ ରହିଛି । ପ୍ରଥମଟି ହେଉଛି ଗ୍ରୀନ ହାଉସ ଯାହାକୁ ସୋଲାର ଲାଉଞ୍ଜ କୁହାଯାଏ ଏଥିରେ ସୈନ୍ୟ ମାନେ ବସି କାମ କରିପାରିବେ । ଦ୍ୱିତୀୟଟି ହେଉଛି ସ୍ଲିପିଙ୍ଗ ଚ୍ୟାମ୍ବର ଯେଉଁଥିରେ ସୈନ୍ୟ ମାନେ ଶୋଇ ପାରିବେ । ଏହାକୁ ୧୫ ଡିଗ୍ରୀ ସେଲିୟସ ତାପମାତ୍ରୋର ବନାଯାଇଛି । ଏହି ଟେଣ୍ଟର ମୁଲ୍ୟ ୫ ଳକ୍ଷ ଟଙ୍କା ଅଟେ ।

ଏହାକୁ ଆମ ଦେଶର ରକ୍ଷା ସଚ୍ଚିବ ଅଜୟ କୁମାର ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking