30.1 C
Bhubaneswar
Saturday, April 27, 2024
Homeଓଡିଶାଜହ୍ନା ବଳଦେବଜୀଉ ମନ୍ଦିରରେ କୋଭିଡ଼ କଟକଣା ଭିତରେ ରଥଯାତ୍ରା ବିଧି ରକ୍ଷା

ଜହ୍ନା ବଳଦେବଜୀଉ ମନ୍ଦିରରେ କୋଭିଡ଼ କଟକଣା ଭିତରେ ରଥଯାତ୍ରା ବିଧି ରକ୍ଷା

ଯାଜପୁର : ଜହ୍ନା ବଳଦେବଜୀଉ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ଗୁଣ୍ଡିଚା ପବିତ୍ର ତିଥିରେ ତିନି ଠାକୁରଙ୍କ ପହଣ୍ଡି ବିଜେ ହୋଇଛି ।ଏହି ଜଗନ୍ନାଥ ମନ୍ଦିର ଏ ଅଞ୍ଚଳ ରେ ପ୍ରସିଦ୍ଧ l ଭକ୍ତ ଶୂନ ରେ ରଥ ଯାତ୍ରା ପାଳିତ ହୋଇଛି l କରୋନ କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ କରାଯିବା ସହ ରଥ ନିର୍ମାଣ ସାରିଥିଲେ ମଧ୍ୟ ତିନି ଠାକୁରଙ୍କୁ ରଥକୁ ନିଆଯାଇ ନ ଥିଲା । ଟ୍ରଷ୍ଟ ବୋର୍ଡ ର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଠାକୁରଙ୍କୁ ରଖାଯାଇ ରଥଯାତ୍ରା ବିଧିରକ୍ଷା ପାଳନ କରାଯାଇଥିଲା । ସକାଳେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅସ୍ଥାୟୀ ମାଉସୀ ମା ଘର ଗୃହ ପ୍ରବେଶ, ସୂର୍ଯ୍ୟ ପୂଜା, ଗୋପାଳ ବଲ୍ଲଭ ଧୂପ, ମଙ୍ଗଳାର୍ପଣ ପରେ ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ବୋଇତାଇ ଛେରା ପହଁରା କରିଥିଲେ ।

ପହଣ୍ଡି ବିଜେ ପରେ ତିନି ଠାକୁରଙ୍କୁ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ବିଜେ କରାଯାଇଥିଲା । ସାମାଜିକ ଦୂରତା ରଖାଯିବ ସହ ସେବାୟତମାନେ କୋଭିଡ୍ ନିୟମ ମାନି ପହଣ୍ଡିରେ ସହଯୋଗ କରିଥିଲେ । ପହଣ୍ଡି ବିଜେ ସମୟରେ ସର୍ବସାଧାରଣ ଙ୍କ ନୈବିଦ୍ୟ ଅସ୍ଥାୟୀ ମାଉସୀ ମା ମନ୍ଦିରର ସନ୍ଧ୍ୟା ଆଳତୀ ପରେ କରାଯାଇଥିଲା । ଟ୍ରଷ୍ଟ ବୋର୍ଡର ସମସ୍ତ ସଭ୍ୟ ଉପସ୍ଥିତ ରହି ରଥଯାତ୍ରା ବିଧିରକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ ଓ ସମସ୍ତ ଗ୍ରାମବାସୀ ସାମାଜିକ ଦୂରତାରେ ଉପସ୍ଥିତ ରହି ମହାପ୍ରଭୁଙ୍କ କୃପାଲାଭ କରିଥିଲେ। ଏହି ଅସ୍ଥାୟୀ ମାଉସୀ ମା ମନ୍ଦିରରେ ମହାପ୍ରଭୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରହିବା ସହ ଦୈନଦିନ ବଡ଼ସିଂହାର ବେଶ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking