37.1 C
Bhubaneswar
Thursday, March 28, 2024
Homeଖେଳଟୋକିଓ ଅଲମ୍ପିକ ୨୦୨୧: ସ୍ୱର୍ଣ୍ଣ ଜିତିଲେ ୩ କୋଟି

ଟୋକିଓ ଅଲମ୍ପିକ ୨୦୨୧: ସ୍ୱର୍ଣ୍ଣ ଜିତିଲେ ୩ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ୨୦୨୧ର ଠିକ ପୂର୍ବରୁ ଦିଲ୍ଲୀ ସରକାର ପ୍ରଦେଶ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଭଲ ଯୋଜନା ଆଣିଛନ୍ତି । ଟୋକିଓ ଅଲମ୍ପିକରେ ଭାଗ ନେବାକୁ ଥିବା ଦିଲ୍ଲୀ ଖେଳାଳୀଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପରେ ୩୦ କୋଟି ଟଙ୍କା, ରୌପ୍ୟ ଜିତିଲେ ୨ କୋଟି, ବ୍ରୋଞ୍ଜ ଜିତିଲେ ୧ କୋଟି ରାଶି ଦେଇ ସମ୍ମାନିତ କରାଯିବ ।  ଏହାସହିତ ପଦକ ଜିତିଥିବା ଖେଳାଳୀଙ୍କ କୋଚଙ୍କୁ ବି ୧୦ ଲକ୍ଷ ଟହ୍‌କା ଦିଆଯିବ । ଦିଲ୍ଲୀ ପକ୍ଷରୁ ଅଲମ୍ପିକ ଖେଳରେ ପ୍ରିତିନିଧିତ୍ୱ କରିବାକୁ ଥିବା ଖେଳାଳୀଙ୍କ ମଧ୍ୟରେ ମାନିକା ବତ୍ରା, ଦୀପକ କୁମାର, ଅମୋଜ ଜ୍ୟାକବ ଓ ସାର୍ଥକ ଭାମ୍ବରୀ ସାମିଲ ଅଛନ୍ତି ।
ଖେଳ ରତ୍ନରେ ସମ୍ମାନିତ  ମାନିକା ବତ୍ରା, ଟେବୁଲ ଟେନିସରେ ଭାରତରୁ ପ୍ରତିନିଧିତ୍ୱ କରିବେ । ଦୀପକ କୁମାର ସୁଟିଂରେ ଭାରତରୁ ପ୍ରତିନିଧିତ୍ୱ କରିବେ । ସେ ୧୦ ମିଟର ଏୟାର ରାଇଫଲ ସୁଟିଂ ସ୍ପର୍ଦ୍ଧାରେ ଭାଗ ନେବେ । ଦିଲ୍ଲୀର ଗୁରୁ ତେଗ ବହାଦୂର ଖାଲସା କଲେଜର ବିଦ୍ୟାର୍ଥୀ ଥିବା ଅମୋଜ ଜ୍ୟାକବ ୪୦୦ ମିଟର ରିଲେ ରେ ଦେଶରୁ ପ୍ରତିନିଧିତ୍ୱ କରିବେ ।
ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି, ଭବିଷ୍ୟର ଅଲମ୍ପିଆନ  ବନିବା ପାଇଁ ଦିଲ୍ଲୀର ପ୍ରସ୍ତୁତି ଜାରି ରହିଛି । ସ୍ପୋର୍ଟସ ୟୁନିଭରସିଟି ଦିଲ୍ଲୀକୁ ସ୍ପୋର୍ଟସ ହବ ରୂପରେ ବିକଶିତ କରିବା ଦିଗରେ ଖେଳକୁ ପ୍ରୋତ୍ସାହନ ଦେବା ସହିତ ସମଗ୍ର ଦେଶରେ ସ୍ପୋର୍ଟସକୁ ନେଇ ମାହୋଲ ପ୍ରସ୍ତୁତ ରହିଛି । ଯାହାଦ୍ୱାରା ୨୦୪୮ ବେଳକୁ ଅଲମ୍ପିକ ଖେଳ ଆୟୋଜନ ପାଇଁ ଭାରତ ଦାବି କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking