29.1 C
Bhubaneswar
Friday, May 10, 2024
Homeଓଡିଶାରାଜ ରାସ୍ତାରେ ଗଜରାଜ

ରାଜ ରାସ୍ତାରେ ଗଜରାଜ

ମୟୂରଭଞ୍ଜ :  ରାଜରାସ୍ତାରେ ଗଜରାଜ । ମାଗୁଛି ଅଧିକାର।ଖାଦ୍ୟ ଯୋଗାଅ ସରକାର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ବୈଶିଙ୍ଗା ରୁ ମାଣତ୍ରୀ କୁ ଯାଇଥିବା ରାସ୍ତା ମୋହନପୁର ଅଞ୍ଚଳରେ । ଖାଦ୍ୟ ଅନ୍ବେଷଣରେ ଝାଡ଼ଖଣ୍ଡ ରାଜ୍ୟର ଦଲମା ଜଙ୍ଗଲରୁ ଆସିଥିବା ୬୦ରୁ ୭୦ଟିକିଆ ହାତୀପଲ ଦୀର୍ଘଦିନ ହେବ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରି ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ଗୋଠଛଡା ହୋଇ ରହିଛନ୍ତି । ପ୍ରତ୍ୟେକ ଦିନ ଏମାନେ ଉଦଳା ,ଦେଉଳୀ , ରାସଗୋବିନ୍ଦପୁର , ବେତନଟୀ , ବାରିପଦା , ରେଞ୍ଜ ଅଧିନରେ ଘୁରି ବୁଲୁଥିବା ଥିବାବେଳେ ରାତିରେ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ ଅନେକ ଧନଜୀବନ କ୍ଷତି କରିଚାଲିଛନ୍ତି । କେତେବେଳେ ଗାଁ ଦାଣ୍ଡରେ ତ କେତେବେଳେ ରାଜରାସ୍ତାକୁ ଅବରୋଧ କରି ଚାଲିଛନ୍ତି ଏହି ହାତୀମାନେ । ଆଜି ସକାଳୁ ଏହି ଦନ୍ତାହାତୀଟି ଗୋଠଛଡା ହୋଇ ଏକା ରାସ୍ତା ମଝିରେ ଛିଡା ହୋଇ ରହିଥିଲା । ସ୍ଥାନୀୟ ଅଞ୍ଚଳରେ ହାତୀ ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବନବିଭାଗ ଏମାନଙ୍କୁ ଘଉଡାଇବାରେ ବିଫଳ ହେଉଛି । ଯାହାକୁନେଇ ସ୍ଥାନୀୟବାସୀନ୍ଦ କ୍ଷୋଭ ପ୍ରକାଶ କରିବା ସହିତ ଭୟଭୀତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking