33.1 C
Bhubaneswar
Sunday, May 5, 2024
Homeଓଡିଶାବୈତରଣୀ ନଦୀରୁ ମିଳିଲା ଛାତ୍ରର ମୃତଦେହ

ବୈତରଣୀ ନଦୀରୁ ମିଳିଲା ଛାତ୍ରର ମୃତଦେହ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ନିରୁଦ୍ଧିଷ୍ଟ ଛାତ୍ରର ମୁତଦେହ ବୈତରଣୀ ନଦୀରୁ ଉଦ୍ଧାର କରା ଯାଇଛି । ଏହି ଛାତ୍ର ମୃତ୍ୟୁକୁ ନନା କଳ୍ପନା ଜପାନର ବିଷୟ ହୋଇଛି । ଗତକାଲି ରାତ୍ର ୧୦ଟାରେ ଠାରୁ ନିଖୋଜ ଥିବା ଯାଜପୁର ଜିଲା କୋରାଇ ବ୍ଲକ ମକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ ପୁତ୍ର ତ୍ରିଲୋଚନ ଦାସ(୧୨)ଙ୍କ ମୃତଦେହ ଆଜି ବୈତରଣୀ ନଦୀ ନିକଟ ନିଶଙ୍ଖପୁର ପାଟ ଅଂଚଳରୁ ଉଦ୍ଧାର କରାଯାଇଛି । ଗତକାଲି ପୁତ୍ର ନିଖୋଜ ହେବା ପରେ ପରିବାର ଲୋକଙ୍କ ପକ୍ଷରୁ କୋରାଇ ଥାନରେ ଏ ନେଇ ଅଭିଯୋଗ କରାଯାଇଥିଲା ।

ଏହି ଅଭିଯୋଗ ଆଧାରରେ କୋରାଇ ପୁଲିସ ୧୯୪/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ସମୟରେ ଆଜି ସକାଳୁ ନିଶଙ୍ଖପୁର ପାଟରୁ ପ୍ରାୟ ଆଣ୍ଠୁଏ ପାଣିରୁ ତ୍ରିଲୋଚନ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ତ୍ରିଲୋଚନଙ୍କ ନାକରୁ ରକ୍ତ ବାହାରୁ ଥିବା ଜଣାପଡିଛି । ତ୍ରିଲୋଚନକୁ ହତ୍ୟାକରା ଯାଇଛି ବୋଲି ସନ୍ଦେହ କରାଯାଇଛି l । ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା କୋରାଇ ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି ।  ଶବ ଵେବଛେଦ ରିପୋର୍ଟ ଆସିଲେ.ଏହି ଘଟଣା ଉପରୁ ପରଦା ହଟିବ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking