40.1 C
Bhubaneswar
Thursday, April 25, 2024
Homeଓଡିଶାଡ଼ାହାଣୀ ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ଡ଼ାହାଣୀ ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ମୟୂରଭଞ୍ଜ :  ଅନ୍ଧବିଶ୍ୱାସର କରୁଣ ପରିଣତି ବିଭତ୍ସକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଡାହାଣୀ ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ। ଏପରି ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ। ହତ୍ୟାକରି ବୃଦ୍ଧାଙ୍କର ମୁଣ୍ଡକାଟି ନେଲେ ଦୁର୍ବୃତ୍ତ। ୬୦ ବର୍ଷର ବୃଦ୍ଧାଙ୍କୁ କେହି ଦୁର୍ବୁତ୍ତ ହତ୍ୟାପରେ ମୁଣ୍ଡକାଟି ନେଇଥିବା ଦେଖିବାକୁ ମିଳିଛି। ତେବେ ହତ୍ୟାକାଣ୍ଡର ପ୍ରକୃତକାରଣ ଜଣା ପଡିନଥିଲେବି ଗୁଣି ଗାରେଡି ସନ୍ଦେହରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ଦୁର୍ବୁତ୍ତ । ଖବରପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀକୁକୁର ସାହାଯ୍ୟରେ ଅଧିକ ତଦନ୍ତଜାରି ରଖିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୁଣ୍ଡବିହୀନ ଶବ ପଡିଥିବା ବେଳେ ଏପର୍ଯ୍ୟନ୍ତ ମୁଣ୍ଡ ମିଳିନଥିବା ଜଣାପଡ଼ିଛି ।

ତେବେ ଦୁର୍ବୃତ୍ତ ହତ୍ୟା କରିବା ପରେ କାଟି ନେଇଥିବା ମୁଣ୍ଡ ନିକଟସ୍ଥ ପୋଖରୀରେ ପକାଇ ଥିବା ସନ୍ଦେହ କରି ପୋଖରୀରେ ଖୋଜିବା ପାଇଁ ଅଗ୍ନୀଶମ ବିଭାଗର ସହାୟତା ଲଡ଼ିଲା କରଞ୍ଜିଆ ଥାନା ପୋଲିସ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଦ୍ଵାରା ସନ୍ଦେହ ହେଉଥିବା ପୋଖରୀରେ ମୁଣ୍ଡକୁ ଖଜୁଛି ଅଗ୍ନିଶମବିଭାଗ । ତେବେ କରଞ୍ଜିଆ ଥାନା ଅଧିକାରୀ ସମେତ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ତଦନ୍ତ ଜାରୀ ରଖିଥିବା ଦେଖିବାକୁ ମିଳିଛି ।

ତେବେ ଏ ହତ୍ୟାକାଣ୍ଡ ପୋଲିସ ପାଇଁ ଏକ ଚାଲେଞ୍ଜ ପାଲଟିଥିବା ବେଳେ କିଏ କାହିଁକି ହତ୍ୟା କରିଛି ହତ୍ୟାକାଣ୍ଡ ଭିଆଇ ଥିବା ଆସାମୀ କିଏ ? ଆସାମୀକୁ ଗିରଫ ପରେ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହବ। ତେବେ ଏଦିଗରେ ପୋଲିସର ତଦନ୍ତ ଜାରି ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ଥିବା ବେଳେ ଦୁଇଜଣଙ୍କୁ ସନ୍ଦେହ ଘେରକୁନେଇ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି କରଞ୍ଜିଆ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking