30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୧୬୦ତମ ଦିବସରେ କରୋନା ସଚେତନତା ସହ ପଞ୍ଚମ ଦିବସରେ ପହଁଚିଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ...

୧୬୦ତମ ଦିବସରେ କରୋନା ସଚେତନତା ସହ ପଞ୍ଚମ ଦିବସରେ ପହଁଚିଲା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଯାଜପୁର : ଗୋଟିଏ ପଟରେ ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ଜାତୀୟ, ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ବହୁ ପଦକ୍ଷେପ ନିଆଯାଉଥିବା ବେଳେ ଅପର ପକ୍ଷରେ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳମାନଙ୍କରେ ବନ୍ୟାର ତାଣ୍ଡବଲୀଳା ଛଡ଼ାଇନେଇଛି ସବୁକିଛି । ଗୋଟିଏ ପକ୍ଷରେ ସଚେତନତା ଏକ ନିରସ୍ତ୍ର ସୈନିକର ଆୟୁଧ ସାଜିଥିବାବେଳେ ଅପର ପକ୍ଷରେ ମଣିଷ ଜାରି ରଖିଛି ତା’ର ଜୀବନ ଜୀବିକା ପାଇଁ ଶେଷ ସଂଗ୍ରାମ ଟିକକ।ଉଭୟ ସଚେତନତା ଓ ରିଲିଫ ସାମଗ୍ରୀର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୬୦ଦିନ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ଜାରିରଖିଥିବା ବେଳେ ଆଜି ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଦୀର୍ଘ ୫ଦିନ ଧରି ଏହି ସଂଗଠନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳମାନଙ୍କରେ ବଜାୟ ରଖିଛି ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲ୍ଲାର ମାଟିଆକଣ, ଦାମୋଦର ପୁର,ଫଳପୁର,ଗରବନ୍ଧ,ହଳଦୀଡିହ, ହଳୁପଡା, ବାଲିସାହି,ନାଉବାଙ୍କ,ସୁନାପାଳ, ଆଉଁରୀ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ସ୍ଵତନ୍ତ୍ର ଭାବେ ରିଲିଫ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାର ଦେଖିବାକୁ ମିଳିଥିଲା ।ଏହି ମହତ କାର୍ଯ୍ୟକୁ ସାଧନ କରିବାପାଇଁ ବିଂଝାରପୁରସ୍ଥିତ ସ୍ମାର୍ଟ ଗ୍ରୁପର ସମସ୍ତ କର୍ମକର୍ତ୍ତା ମାନେ ଶାରୀରିକ,ମାନସିକ ତଥା ଆର୍ଥିକ ସହଯୋଗ କ୍ଷେତ୍ରରେ ଅଣ୍ଟା ଭିଡିଥିବାର ଦେଖିବାକୁ ମିଳିଛି।ଏଥିରେ ନିର୍ଦ୍ଦେଶକ ସାଧୁ ନିଲୁ ବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ବିଂଝାରପୁର ନିର୍ବାଚନ ମଣ୍ଡଳୀର ସାତନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ମାମିନା ମଲ୍ଲିକ,ସାମାଜିକ ସଂଗଠନ ସ୍ମାର୍ଟ ଗ୍ରୁପର ସଭାପତି ଶ୍ରୀଯୁକ୍ତ ପ୍ରୀତିସାଗର ସାହୁ (ରିପୁ),ଯୁବସମାଜସେବୀ ତଥା ଶିକ୍ଷାବିତ ବିଦ୍ୟାସାଗର ବେହେରା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,ମାନସ ସେଠ,ଦୁଷ୍ମନ୍ତ କୁମାର ଜେନା, ରାଜେନ୍ଦ୍ର ମହାନ୍ତି, ନିଆରା ମଣିଷ ରମାକାନ୍ତ ସାହୁ,କାର୍ତ୍ତିକ ବେହେରା, ସ୍ମୃତିସ୍ମାରକ ମଲ୍ଲିକ, ଚୁମ୍ବନ ମହାନ୍ତିଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ନିରସ୍ତ୍ର କରୋନା ଯୋଦ୍ଧାଙ୍କ ସଂଗ୍ରାମ ଜାରି ରହିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳମାନଙ୍କରେ ଲୋକମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିବାଯାଏ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳର ମାନଙ୍କରେ ଜାରିରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking