31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକୋରାପୁଟରେ ପୋଲିସ ଡିଜି ଅଭୟ

କୋରାପୁଟରେ ପୋଲିସ ଡିଜି ଅଭୟ

କୋରାପୁଟ : କୋରାପୁଟ ଜିଲ୍ଲା ପୋଲିସ ଜାର୍ଯ୍ୟାଳୟରେ କରିଛନ୍ତି ସମୀକ୍ଷା ପୋଲିସ ଡିଜି ଅଭୟ । କୋରାପୁଟ ଏସପିଙ୍କ କାର୍ଯ୍ୟାଲୟରେ କରିଛନ୍ତି ରୁଦ୍ଧ ଦ୍ବାର ସମୀକ୍ଷା । ଏଥିରେ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ନିର୍ଦେଶକ,  ଆଇଜି ଅପରେସନ. ଏସଓଜି କମାଣ୍ଡେଣ୍ଟ ସମେତ .ଓଏସଏପି. ଆଇ ଆରବି, .କୋବ୍ରା ବାଟାଲିଯନର କମାଣ୍ଡେଣ୍ଟମାନେ ।
ଜିଲ୍ଲାର ଅଧିକାଂଶ ପୋଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇ କ୍ବାରେଣ୍ଟାଇନରେ ରହିଛନ୍ତି । ସେମାନଙ୍କୁ ଉସ୍ତାହିତ କରିବାସହ ସ୍ୱାସ୍ଥ୍ୟ ସ୍ଥିତି ପଚାରି ବୁଝିଛନ୍ତି । ଏହା ସହ ଜିଲ୍ଲାର କରୋନା ସ୍ଥିତି , ମାଓ ସ୍ଥିତି, ଆଇନ ଶୃଂଖଳା,ଗଂଜେଇ ଚାଷ ଓ ଚୋରାଚାଲାଣ ସମ୍ପର୍କରେ କରିଛନ୍ତି ସମୀକ୍ଷା ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ସହ ରୁଦ୍ଧ ଦ୍ବାର ମିଟିଂ କରିଥିଲେ । ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ମିଶିଲେ ଡିଜି । ଗୋଟି ଗୋଟି କରି ପୋଲିସ ଅଧିକାରୀ ଓ ଜର୍ମଚାରୀଙ୍କ ସ୍ବାସ୍ଥ୍ୟ ସ୍ଥିତି ପଚାରି ବୁଝିବା ସହ ଉତ୍ସାହିତ କରିଛନ୍ତି ।  କୋରାପୁଟ ଜିଲ୍ଲାର ପୋଲିସ ଅଧିକାରୀ ମାନେ କରୋନାରେ ଆକ୍ରାନ୍ତ ହୋଇ କ୍ବାରେଣ୍ଟାଇନରେ ରହିଛନ୍ତି ତ କିଛି ସୁସ୍ଥହୋଇ କାମରେ ଯୋଗଦେଇଛନ୍ତି ।  ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିଜାରୀ ଓ କର୍ମଚାରୀଙ୍କ ସହ କରିଥିଲେ ଆଲୋଚନା । ଡିଜି ଙ୍କ ଏଭଳି ଉତ୍ସାହିତରେ ବେଶ ଉତ୍ସାହିତ ହେବା ସହ ଖୁସି ପ୍ରକଟ କରିଛନ୍ତି କରୋନା ଯୋଦ୍ଧା ପୋଲିସ କର୍ମଚାରି, ଅମିତାଭ ଠାକୁର ଆଇଜି ଅପରୋସନ,ଏସ ଓଜି କୋମଣ୍ଡେଣ୍ଟ ଅନିରୁଦ୍ଧ, ଗୋଇନ୍ଦା ନିର୍ଦେଶକ ରାଧା କୃଷ୍ଣ ଶର୍ମା ଙ୍କ ସମୀକ୍ଷା କରିବା ପରେ ମାଲକାନଗିରି ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking