28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଯାଜପୁର ଜିଲ୍ଲାରେ ୭ଲକ୍ଷ ଲୋକ ବିପନ୍ନ, ଏବେବି ୬୭ଟି ରୁ ଉର୍ଦ୍ଧ ଗ୍ରାମ ପାଣିଘେରରେ

ଯାଜପୁର ଜିଲ୍ଲାରେ ୭ଲକ୍ଷ ଲୋକ ବିପନ୍ନ, ଏବେବି ୬୭ଟି ରୁ ଉର୍ଦ୍ଧ ଗ୍ରାମ ପାଣିଘେରରେ

ଯାଜପୁର: ଶିଳ୍ପ ବିଭାଗ ର ପ୍ରମୁଖ ସଚିବଙ୍କର ବନ୍ୟାର ସମୀକ୍ଷା ବୈଠକ । ଯାଜପୁର ରେ ବୈତରଣୀ,ଓ ବ୍ରାହ୍ମଣି ନଦୀର ଜଳ ପତନ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ଜଳ ଛାଡି ନଥିବା ଦେଖାଯାଉଛି । ଏବେବି ୬୭ଟି ଗ୍ରାମ ପାଣି ଘେରରେ ରହିଛି । ଆଜି ଯାଜପୁର ଜିଲ୍ଲାର ବନ୍ୟା ସମ୍ପର୍କ ରେ ମୁଁକ ଙ୍କ ନିର୍ଦେଶ କ୍ରମେ ଶିଳ୍ପ ବିଭାଗ ର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଓ ସହରାଞ୍ଚଳ ଗୃହ ନିର୍ମାଣ ନିର୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ଯାଜପୁର ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଯାଜପୁର ସର୍କିଟ ହାଉସ ଠାରେ ବନ୍ୟାର କ୍ଷୟ କ୍ଷତି ଓ ମୁକାବିଲା ସମ୍ପର୍କ ରେ ସମୀକ୍ଷା ବୈଠକ କରିଥିଲେ । ଏହି ଜିଲ୍ଲାର ଯାଜପୁର, ବରୀ, କୋରେଇ, ଦଶରଥ ପୁର, ବିଂଝାରପୁର, ରସୁଲପୁର ଧର୍ମଶାଳା ବଡ଼ଚଣା, ସୁକିନ୍ଦା, ଦାନଗଦି ଓ ଯାଜପୁର ପୌରାଞ୍ଚଳ ର ବନ୍ୟା କ୍ଷତିଗ୍ରସ୍ତ ସମ୍ପର୍କ ରେ ସମୀକ୍ଷା ବୈଠକ ରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଜିଲ୍ଲା ପଦସ୍ଥ ଅଫିସର ପୂର୍ତ୍ତ, ଗ୍ରାମଉନୟନ, ଜଳସେଚନ, ଜନସ୍ଵାସ୍ତ୍ୟ, ପାନୀୟ ଜଳ, କୃଷି ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ମନେ ଆଲୋଚନା ରେ ଭାଗ ନେଇଥିଲେ । ଜିଲ୍ଲାର ଜରୁରୀ କାଳୀନ ଅଫିସରଙ୍କ ଠାରୁ ପ୍ରକାଶ ଯେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ ରେ ୧୭୮ଟି ଗ୍ରାମ ପଂଚାୟତ ୫୯୭ଟି ଗ୍ରାମର ୬ଲକ୍ଷ ୯୮୬୯ଲୋକ ବିପନ୍ନ ହୋଇଛନ୍ତି । ଯାଜପୁର ପୌରାଞ୍ଚଳ ରେ ଗୋଟିଏ ୱାର୍ଡ ବନ୍ୟା ରେ କ୍ଷୟ କ୍ଷତି ଘଟିଛି । ୩୪ଟି ବୋଟ ରେ ଉଦ୍ଧାର କାର‌୍ୟ୍ୟ ଚାଲିଛି । ଆଜି ବିପନ୍ନ ଲୋକମାନଙ୍କୁ ୫୧୬ କୁଇଣ୍ଟାଲ ୭୧କି. ଗ୍ରା. ଚୁଡା, ୫୨୨କି. ଗ୍ରା. ଗୁଡ ଯୋଗାଇ ଦିଆଯାଇଛି । ୩୨୧ଟି ଅସ୍ଥାୟୀ କେନ୍ଦ୍ରରେ ୫୧ହଜାର ୩୫୨ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପ୍ରାଥମିକ ରିପୋର୍ଟ ଅନୁସାରେ ୬୪୨୩୨ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି । ଘର ଭାଙ୍ଗିଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି । ଏବେ ବନ୍ୟା ପରିସ୍ଥିତି ଉଦବେଗ ଅବସ୍ଥାରେ ରହିଛି ।  ବନ୍ୟାଞ୍ଚଳ କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦ଟି ଟିମ ପଠାଯାଇଛି । ପଶୁ ଖାଦ୍ୟ ମାନ ଯୋଗାଇ ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking