28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁରରେ ୧୪୪ ଧାରା

ଯାଜପୁରରେ ୧୪୪ ଧାରା

ଯାଜପୁର: ଭାରତରେ କୋରୋନା ଭାଇରସ୍‌ ଲଗାତାର ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ୧୪ ରାଜ୍ୟରେ ପାଖାପାଖି ୧୧୨ କେସ୍‌ ସାମ୍ନା‌କୁ ଆସିଛି । କେନ୍ଦ୍ର ସରକାରଙ୍କ ତରଫରୁ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସତର୍କତା ରହିବାକୁ ପରାମର୍ଶ ଦିଆଯାଉଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଥିବା ବେଳେ ଆଜି ମଲ୍ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଏଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି କରୋନା ପାଇଁ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । ମାର୍ଚ୍ଚ ୨୧ରେ ହେବାକୁ ଥିବା ପ୍ରସିଦ୍ଧ ବାରୁଣୀ ସ୍ନାନକୁ ବାତିଲ କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ପ୍ରକାଶ ପାଇଛି ।
https://onakhabar.com/2020/03/16/corona-alert-rules-framed-for-sri-jagannath-temple/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking