34.1 C
Bhubaneswar
Thursday, April 25, 2024
Homeଓଡିଶାଆବାସ ଯୋଜନାର ଶ୍ରମଦାନ କରି ପଂଚାୟତ ଅଧିକାରୀ ଇତିହାସ ରଚିଲେ

ଆବାସ ଯୋଜନାର ଶ୍ରମଦାନ କରି ପଂଚାୟତ ଅଧିକାରୀ ଇତିହାସ ରଚିଲେ

ଯାଜପୁର (ଓଏନଏ ) : ଯାଜପୁର ଆବାସ ଯୋଜନାରେ ହିତାଧିକାରୀ ମାନେ କାର୍ଯ୍ୟାଦେଶ ପାଇବା ପରେ ଗୃହ ନିର୍ମାଣକୁ ତ୍ୱରାନିତ କରୁନଥିବାରୁ ସେମାନଙ୍କର ପ୍ରୋତ୍ସାହନ ରାଶିକୁ ହରାଉଛନ୍ତି । ଅପରପକ୍ଷରେ ସେମାନେ କାର୍ଯ୍ୟ ବିଳମ୍ବ କରୁଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ନିଲମ୍ବନ ,ଦରମା ବନ୍ଦ ଆଦି କାର୍ଯ୍ୟାନୁଷ୍ଠାନ ର ସମ୍ମୁଖିନ ହେବାକୁ ପଡୁଛି । ସପ୍ତାହ ମଧ୍ୟରେ ଡର୍ଜନ ଭଳି ଅଧିକାରୀ ଓ କର୍ମଚାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ପ୍ରକଳ୍ପ ନିଦ୍ଦେର୍ଶକ ତଥା ଭାରାପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ତୁରନ୍ତ ଆବାସ ଯୋଜନାକୁ ବିଭିନ୍ନ ବ୍ଳକର କର୍ମଚାରୀ ଓ ଯନ୍ତ୍ରୀ ମାନଙ୍କୁ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।
୧୦ଟି ବ୍ଲକରେ କର୍ମଚାରୀ ଓ ଯନ୍ତ୍ରୀଙ୍କ ଆଖିରେ ନିଦ ହିଯାଇଛି । ଦାନଗଦୀ ବ୍ଲକର ନଛିପୁରା ଉଚ୍ଚବାଲି ପଂଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଚିତରଂଜନ ରାଉତ ଆବାସ ଯୋଜନା ସମ୍ପୂର୍ଣ୍ଣ କରିବା ପାଇଁ ହିତାଧିକାରୀ ମାନଙ୍କୁ ବୁଝାଇ ନିରାଶ ହେବା ପରେ ନଛିପୁରାର ଦୁଇ ହିତାଧିକାରୀ ମିସ୍ତ୍ର ଓ ଶ୍ରମିକ ମିଳୁନଥିବା କହି କାର୍ଯ୍ୟ ବିଳମ୍ବ କରୁଥିଲେ । ତେବେ ଶନିବାର ପିଇଓ ଶ୍ରୀ ରାଉତ ନିଜ ଉଦ୍ୟମରେ ସିମେଂଟ ବାଲି ଇତ୍ୟାଦି ପାଇଁ ମଧ୍ୟସ୍ଥା ସାଜିବା ସହ ମିସ୍ତ୍ରୀ ଯୋଗାଡ କରିଥିଲେ । ଶ୍ରୀ ରାଉତ ମାଙ୍କଡା ପଥର ନିଜେ ଭାରରେ ହିତାଧିକାରୀଙ୍କ ସହ ଉଠାଇବା ସହ ବାଲି ସିମେଂଟ ନିଜେ ଗୋଳେଇ ମିସ୍ତରୀକୁ ଯୋଗାୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଉଛି । ଭାରାପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନାୟକ ରାଉତଙ୍କ ଏଭଳି ସହଯୋଗ ପାଇଁ ତାଙ୍କୁ ହିରୋ ଅଫ ଦ ଡେ ଭାବେ ଘୋଷଣା କରିଛନ୍ତି । ଏହି କାର୍ଯ୍ୟ ଅନ୍ୟ କର୍ମଚାରୀ ମାନଙ୍କୁ ପାଇଁ ପ୍ରେରଣା ଦେଇଛନ୍ତି । ଶ୍ରୀ ନାୟକଙ୍କ ଏଭଳି କାର୍ଯ୍ୟକୁ ସମଗ୍ର ଜିଲ୍ଲାରେ ଚର୍ଚ୍ଚା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking