29.1 C
Bhubaneswar
Saturday, April 27, 2024
Homeଓଡିଶା୬୩ତମ ଅମୂଲ୍ୟ କୃଷ୍ଣ ଫୁଟବଲ ଉଦ୍‌ଯାପିତ : ମର୍ଣ୍ଣଂକ୍ଲବ୍ ଯାଜପୁରରୋଡ଼ଚାମ୍ପିୟନ

୬୩ତମ ଅମୂଲ୍ୟ କୃଷ୍ଣ ଫୁଟବଲ ଉଦ୍‌ଯାପିତ : ମର୍ଣ୍ଣଂକ୍ଲବ୍ ଯାଜପୁରରୋଡ଼ଚାମ୍ପିୟନ

ଯାଜପୁର : ଆଜିସୋମବାର ଯାଜପୁରରୋଡ଼ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେଏବଂସୌମିକହିରୋସହାୟତାରେସ୍ଥାନୀୟଏନ୍‌ସିହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତହେଉଥିବା ୬୩ତମ ଅମୂଲ୍ୟ କୃଷ୍ଣ ରାଜ୍ୟସ୍ତରୀୟ ଫୁଟବଲଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତହୋଇଛି । ଆଜିକାର ଫାଇନାଲ୍‌ମ୍ୟାଚ୍‌ରେ କଟକ ଏକାଦଶ ଓ ମର୍ଣ୍ଣିଂକ୍ଲବ୍ ଯାଜପୁରରୋଡ଼ମଧ୍ୟରେ ଅନୁଷ୍ଠିତହୋଇଥିଲା ।ଏହିସଂଘର୍ଷ ପୁର୍ଣ୍ଣମ୍ୟାଚରେମର୍ଣ୍ଣିଂକ୍ଲବ ଯାଜପୁରରୋଡ଼ ୧-୦ ଗୋଲରେ କଟକ ଏକାଦଶ କୁ ପରାସ୍ତକରିଚାମ୍ପିୟନ ହୋଇଛି । ଉଦ୍‌ଯାପିନ ଉତ୍ସବରେ ଆସୋସିଏସନ୍‌ରସଭାପତିରସାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେସଂପାଦକ ଦୁର୍ଯ୍ୟଧନ ରାଉତସଂପାଦକୀୟବିବରଣୀ ପାଠକରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ମନୋରଂଜନ ହରିଚନ୍ଦନ ସିଂ ଅତିଥି ପରିଚୟକରିଥିଲେ ।ମୁଖ୍ୟ ଅତିଥିଭାବେକୋରେଇବିଧାୟକ ଅଶୋକବଳ ଓ ସମ୍ମାନୀୟ ଅତିଥି ଭାବେ ନାଗରିକକମିଟିରସଭାପତିଡ଼. ହେମନ୍ତ କୁମାରସାହୁ, ସାମାଜିକକର୍ମୀ ତପନ ସାହୁଉପସ୍ଥିତରହିବିଜେତା ଓ ରନର୍ସପ ଦଳକୁଟ୍ରଫିସହିତ ନଗଦ ଅର୍ଥ ରାଶି ଦେଇ ପୁରଷ୍କୃତକରିଥିଲେ । ଆଜିକାରଖେଳକୁସୁକାନ୍ତ ମଳ୍ଲିକ, ଲକ୍ଷ୍ମଣଗାଗାରାଇ, ବୁଦ୍ଧିରାମପେରେଇ ଓ ବିଶ୍ୱଜିତ୍ ଦାସ ପରିଚାଳନାକରିଥିଲେ । ଆସୋସିଏସନ୍‌ରସଭ୍ୟ ନିତ୍ୟାନନ୍ଦ ସାମଲ, ଅଲେଖମଲ୍ଲିକ, ବିଜୟ ନାୟକ, ହୃଦାନନ୍ଦ ସାମଲ, ଗଣନାଥ ରାଉତ, କୈଳାସଜେନା, ମଣିନ୍ଦ୍ର ଧଳ, ଅଭିମନ୍ୟୁରାଉତଉପସ୍ଥିତରହିଖେଳ ପରିଚାଳନାରେସହଯୋଗକରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking