29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ରେଳ ଷ୍ଟେସନ ରେ ମକ ଡ୍ରିଲ

ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ରେଳ ଷ୍ଟେସନ ରେ ମକ ଡ୍ରିଲ

ଯାଜପୁର :  ବାହାର ରାଜ୍ୟ ରୁ ଆସୁଥିବା ପ୍ରଵାସୀ ଓଡ଼ିଆ ଶ୍ରମିକ ମାନେ  ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ଓଲ୍ହାଇବ ପରେ କିପରି ସେମାନେ ଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା ହେବ |ରେଳ ଷ୍ଟେସନ ସମୁଖ ଭାଗ ରେ ହୋଇ ଥିବା ଟେଣ୍ଟ ହାଉସ ରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ସକାଳେ ଏକ ମକ ଡ୍ରିଲ ହୋଇଯାଇଛି !ପ୍ରଵାସୀ ଓଡ଼ିଆ ମାନେ ଟ୍ରେନ ରୁ ଓଲାହୀଇବା  ପରେ କିପରି ଭାବେ ପଞ୍ଜିକରଣ ଓ ସୁରକ୍ଷା ସହିତ କାର୍ଯ୍ୟ କରାଯିବ ପ୍ରଶାସନ ତରଫରୁ ଏକ ମକ ଡ୍ରିଲ ହୋଇଯାଇଛି !
 
ପ୍ରତେକ ବିଭାଗ କୁ କାର୍ଯ୍ୟ ବଣ୍ଟନ କରାଯାଇ କିଏ କିପରି ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ ଉଚ୍ଚ ପଦାଧିକାରୀ ମାନେ ଧ୍ୟାନ ଦେବା ଷ୍ଟେସନ ପରିସରରେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟେସନରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସରେ ପଠାଯିବ । ସେହିପରି ଆସନ୍ତାକାଲି ମଧ୍ୟ ଗୋଟିଏ ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡଆସିବ ବୋଲି ସୂଚନା ରହିଛି ।ତେବେ କେତେ ପ୍ରଵାସୀ ଜିଲ୍ଲା କୁ ଫେରିବେ ତାହା ଜିଲ୍ଲା ପ୍ରଶାସନ ଓ ରେଳ କର୍ତୃପକ୍ଷ ଙ୍କ ନିକଟରେ କୌଣସି ସୂଚନା ନାହିଁ !ସମଗ୍ର ଜିଲ୍ଲା ରେ ପଚାଶ ହଜାର ରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି !

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking