29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର କେଉଁଝର ରୋଡ଼ ଷ୍ଟେସନରେ ପ୍ରବାସୀ ଶ୍ରମିକ ଟ୍ରେନ୍ ଲାଗୁଛି

ଯାଜପୁର କେଉଁଝର ରୋଡ଼ ଷ୍ଟେସନରେ ପ୍ରବାସୀ ଶ୍ରମିକ ଟ୍ରେନ୍ ଲାଗୁଛି

ଯାଜପୁର : ଯାଜପୁର କେଉଁଝରରୋଡ଼ ଷ୍ଟେସନରେ ଏକମାସ ହେବ ଦିନେ ଛାଡ଼ି ଦିନେ ପ୍ରବାସୀ ଶ୍ରମିକଙ୍କୁ ନେଇ ବିଭିନ୍ନ ପ୍ରଦେଶରୁ ପ୍ରାବାସୀ ଶ୍ରମିକଙ୍କୁ ନେଇ ଏହି ଷ୍ଟେସନକୁ ନେଇ ଆସିବାରେ ଲାଗିଛି । ଜିଲ୍ଲା ପ୍ରସାଶନ ଓ ଆର.ପି.ଏଫ. ଓ ରେଳବାଇ କର୍ମଚାରୀମାନଙ୍କର ମୁଣ୍ଡବଥାର କାରଣ ସାଜିଛି । ଏହି ଷ୍ଟେସନରେ ରାଜ୍ୟର ଯାଜପୁର ଜିଲ୍ଲା ସମେତ ଅନ୍ୟଜିଲ୍ଲାର ପ୍ରବାସୀ ଶ୍ରମିକମାନେ ଓହ୍ଲାଉଛନ୍ତି । ଫଳରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଆଜି ତାମିଲନାଡ଼ୁ କୋଏମ୍ବାଟୁର୍ ଏକ ଶ୍ରମିକ ଟ୍ରେନ୍ ଯାଜପୁରରୋଡ଼ ଷ୍ଟେସନରେ ଆସିଥିଲା । ଏହି ଟ୍ରେନଟି କୋଏମ୍ବାଟୁର୍ ବାଲେଶ୍ୱର ସ୍ପେସାଲ ଟ୍ରେନରେ ୨୩୭ଜଣ ଶ୍ରମିକ ଓହ୍ଲାଇଥିଲେ । ଯାଜପୁର, କେନ୍ଦୁଝର, କଟକ, ଜଗତ୍‌ସିଂହପୁର, କେନ୍ଦ୍ରପଡ଼ା ଜିଲ୍ଲାର ଯଥାକ୍ରମେ ୯୨ଜଣ, ୨୬ଜଣ, ୪୨ଜଣ ଓ ୭୭ଜଣ ଓହ୍ଲାଇଥିଲେ ସେମାନଙ୍କୁ ଜିଲ୍ଲା ପ୍ରସାଶନ ଆର.ପି.ଏଫ ତରଫରୁ ସ୍ୱାଗତ କାରାଯାଇଥିଲା । ସେମାନଙ୍କୁ ସାମାଜିକ ଦୂରତାରେ ରେଲ୍‌ୱେ ସୁରକ୍ଷାକର୍ମୀମାନଙ୍କ ଦ୍ୱାରା ଅସ୍ତାୟୀ ସିବିରକୁ ନିଆଯାଇ ପଞ୍ଜିକରଣ କରିବା ସହ ଷ୍ଟାମ୍ପିଂ କରାଯାଇ ଅନ୍ୟଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଜିଲ୍ଲାକୁ ସ୍ୱତନ୍ତ୍ର ବସ୍ ଯୋଗେ ପଠାଇ ଦିଆଯାଇଛି । ସେହିପରି ଶନିବାର ଚେନାଇରୁ ଏକ ସ୍ପେସାଲ ଶ୍ରମିକଟ୍ରେନ ୪୫ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ । ଯାଜପୁର ଜିଲ୍ଲାର ୪୪ ହୋଇଥିବା ବେଳେ କଟକ ଜିଲ୍ଲାର ୧ଜଣେ । ଯାଜପୁର ଜିଲ୍ଲାରେ ବିଭିନ୍ନ କରେଣ୍ଟେନ୍ ସେଣ୍ଟରରେ ଶ୍ରମିକମାନଙ୍କୁ ରଖାଯାଉଛି । ସେମାନଙ୍କ ଠାରୁ ପଜିଟିଭ୍ ବାହାରୁ ଥିବାରୁ ଚିକିତ୍ସା ପାଇଁ କୋଭିଡ଼ି ହସପିଟାଲ ଡ଼ୁବୁରୀକୁ ପଠା ଯାଉଛି । ଷ୍ଟେସନ୍ ସମ୍ମୁଖରେ ନିର୍ମାଣ ହୋଇଥିବା ଅସ୍ତାୟୀ ଶିବିର ଗୁଡ଼ିକ ଯୋଗୁ ଷ୍ଟେସନବଜାରର ବ୍ୟବସାୟୀ ଅନୁଷ୍ଟାନ କ୍ଷତିଗ୍ରସ୍ତ ହେଉଥିବାରୁ ସେଠାରୁ ଅସ୍ତାୟୀ ଶିବିରଗୁଡ଼ିକ ଉଠାଯାଇ ଷ୍ଟେସନ ପରିସରରେ ନିର୍ମାଣ କରାଯାଇଛି । ସମଗ୍ର ଷ୍ଟେସନ ପରିସରକୁ ଡ଼ମକଳ ଗାଡ଼ି ସାହାଯ୍ୟରେ ସାନିଟାରୀ କାରଯାଉଛି । ଆଉ କେତେ ଟ୍ରେନ୍ ଆସିବ ଜିଲ୍ଲା ପ୍ରସାଶନ ଜାଣିପାରୁନାହାନ୍ତି । ହଠାତ୍ ଟ୍ରେନ ଗୁଡ଼ିକ ଆସିବାର ସୁଚନା ମିଳୁଥିବାରୁ ଜିଲ୍ଲା ପ୍ରସାଶନ ଅଡ଼ୁଆରେ ପଡ଼ୁଛନ୍ତି । ଟ୍ରେନ ଗୁଡ଼ିକ ନିର୍ଦ୍ଧିଷ୍ଟ ସମୟରେ ନଆସି ବିଳମ୍ବରେ ଆସୁଥିବାରୁ ଜିଲ୍ଲା ପ୍ରସାଶନ ଓ ଆର.ପି.ଏଫ. ରାତିଅନିଦ୍ରା ହୋଇ ରହୁଛନ୍ତି । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷକୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଏସ୍‌.ପି. ରାଜକିଶୋର ଦୋରା, ଆର.ପି.ଏଫ ଇନିସପେକ୍ଟର ରମାକାନ୍ତ ବାରିକ, ଯାଜୁପରରୋଡ଼ ପୋଲିସ୍‌, ବ୍ୟାସନଗର ମୁନିସିପାଲିଟି କର୍ତ୍ତୁପକ୍ଷ ଉପସ୍ତିତ ରହି କର୍ଯ୍ୟ ସମ୍ପାଦନ କରିଥିଲେ ।

ଯାଜପୁର ରୋଡ଼ ରେଳ ଷ୍ଟେସନରେ ସାମାଜିକ ଦୂରତାକୁ ଫୁ…

ଯାଜପୁର : ବର୍ତ୍ତମାନ ରେଳ ଚଳାଚଳ ଆରମ୍ଭ ହୋଇଛି । ଯାଜପୁର ରୋଡ଼ ରେଳ ଷ୍ଟେସନରେ ଟିକେଟ୍ କାଉଣ୍ଟର ଓ ଟ୍ରେନ ଚଢ଼ିବା ଓହ୍ଲାଇବା ସମୟରେ ସାମାଜିକ ଦୂରତା ରହୁନାହିଁ । ରେଳବାଇ ପୋଲିସ୍ ଏଥିପ୍ରତି ନିରବ ଦ୍ରଷ୍ଟା ସାଜିଛନ୍ତି । ସରକାରଙ୍କ ନିୟମକାନୁନ ପାଳନ କରାଯାଉନାହିଁ ।

ରିଲିଆନ୍‌ସ ମାର୍ଟ ପାର୍କିଂ ରାସ୍ତା ଉପରେ….

ଯାଜପୁର : ରିଲିଆନସ୍ ମାର୍କେଟ ଏବେ ସରକାରଙ୍କ ନିୟମ ଅନୁସାରେ ନିର୍ଦ୍ଧିଷ୍ଟ ସମୟରେ ଖୋଲା ଯାଉଛି । ଏହି ମର୍ଟ ସମ୍ମୁଖରେ ଗାଡ଼ି ପାର୍କିଂ ନଥିବାରୁ ନିଜର ଯାନ ବାହାନ ରୋଡ଼ ଉପରେ ରଖୁଥିବାରୁ ଲୋକମାନଙ୍କ ଯାଜୟାତରେ ବାଧା ଉପୁଜୁଛି । ଏଠାରେ ନୋ ପାର୍କିଂ ବୋର୍ଡ଼ ଜିଲ୍ଲା ପ୍ରସାଶନ ତରଫରୁ ମରାଯାଇଥିବା ବେଳେ ଏହି ନିୟମକୁ କେହି ପାଳନ କରୁନାହାଁନ୍ତି, ଏଥିପାଇଁ ଜିଲ୍ଲା ପ୍ରସ।।ନ ଦୃଷ୍ଟିଦେବାକୁ ଦାବି ହେଉଛି ।

ପାଣିଟ୍ୟାପରୁ ବାହାରୁଛି ଅହନିସି ପାଣି


ଯାଜପୁର : ଯାଜପୁରରୋଡ଼ରେ ପାଣି ଟ୍ୟପଗୁଡ଼ିକ ଭାଙ୍ଗି ଟ୍ୟାପ୍‌ରୁ ପାଣି ବାହାରି ନଷ୍ଟ ହେବାରେ ଲାଗି୍‌ଛି । ଯାଜପୁରରୋଡ଼ ସହରରେ ପାନୀୟ ଜଳର ଉତ୍କଟ ଦେଖାଦେଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଯୋଗୁଁ ସହରର ଅନେକ ପାଣି ଟ୍ୟପ୍‌ର ଚାବି ଭାଙ୍ଗି ଯାଇଛି । ତାହା ମରାମତି କରାଯାଉନାହଁ । ଟ୍ୟାପ୍‌ରୁ ଅହନିସି ପାଣି ବାହାରିବା ଫଳରେ ଅନ୍ୟ ୱାର୍ଡ଼ ଗୁଡ଼ିକରେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି । ଲକ୍ ଡ଼ାଉନ୍ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛି । ଅଭିଯୋଗ କରିବାକୁ ଗଲାବେଲେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଟ ଯନ୍ତ୍ରୀଙ୍କ ଦେଖାମିଳୁନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking