40.1 C
Bhubaneswar
Wednesday, April 24, 2024
Homeଓଡିଶାଆଉ ୯୯ ଜଣ କରୋନାରୁ ହେଲେ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା ୧୯୯୩କୁ ବୃଦ୍ଧି

ଆଉ ୯୯ ଜଣ କରୋନାରୁ ହେଲେ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା ୧୯୯୩କୁ ବୃଦ୍ଧି

ଭୁବନେଶ୍ୱର:ଆଜି ପୁଣି ଆଉ ୯୯ ଜଣ କରୋନାରୁ ସୁସ୍ଥ ହେଲେ । ସୁସ୍ଥ ହୋଇଥିବା ୯୯ ଜଣକ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ , ଖୋର୍ଦ୍ଧାରୁ ୧୩ ଜଣ , କେନ୍ଦ୍ରାପଡ଼ାରୁ ୧୧ ଜଣ , ଗଞ୍ଜାମରୁ ୯ ଜଣ , ଦେବଗଡ଼ରୁ ୮ ଜଣ , କଟକ ଓ ଜଗତସିଂପୁରରୁ ୭ ଜଣ ଲେଖାଏଁ , ବାଲେଶ୍ୱର, ବଲାଙ୍ଗୀର ଓ ବରଗଡରୁ ୬ ଜଣ ଲେଖାଏଁ ; କେନ୍ଦୁଝରରୁ ୪ ଜଣ , ନୟାଗଡ଼ରୁ ୩ ଜଣ ଏବଂ କୋରାପୁଟ , ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଉ ୧୩୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତିି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୨୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୩ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ୧୩୮ଜଣ ଆକ୍ରାନ୍ତ ୧୮ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୫, ଖୋର୍ଦ୍ଧା ୧୩, ସୁନ୍ଦରଗଡ଼ରୁ ୧୨, ଭଦ୍ରକ ୧୧, କେନ୍ଦୁଝର ଓ କନ୍ଧମାଳରୁ ୧୦, ପୁରୀ ୭, ମୟୁରଭଞ୍ଜ ଓ ଯାଜପୁରରୁ ୬ଜଣ, ନୟାଗଡ,ନୂଆପଡ଼ା ଓ ଢ଼ଙ୍କାନାଳରୁ ୩ଜଣ , କଳାହାଣ୍ଡିରୁ ୨, ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking