40.1 C
Bhubaneswar
Thursday, April 25, 2024
Homeଅପରାଧଖୋର୍ଦ୍ଧା ଜେଲ୍ ପରେ ଝାରପଡ଼ା ଜେଲରେ ନିଶା କାରବାର

ଖୋର୍ଦ୍ଧା ଜେଲ୍ ପରେ ଝାରପଡ଼ା ଜେଲରେ ନିଶା କାରବାର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଲକଡ଼ାଉନ ଚାଲିଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି ନିଶା ବେପାରୀ । ପ୍ରତିଦିନ କୋଟି କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ ହେଉଥିବା ବେଳେ ଏବେ ଜେଲ ଭିତର ପାଲଟିଛି ନିଶା କାରବାର ପାଇଁ ସବୁଠାରୁ ନିରାପଦ ସ୍ଥାନ । କିଛି ଦିନ ତଳେ ଖୋର୍ଦ୍ଧା ଜେଲ୍‌ରେ ନିଶା କାରବାର ଚାଲିଥିବାର ଖବର ପ୍ରକାଶିତ ହୋଇଥିଲା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ଝାରପଡ଼ା ଜେଲ୍‌ରେ ମଧ୍ୟ ନିଶା କାରବାର ଚାଲିଛି । ଗଞ୍ଜେଇ , ସିଗାରେଟ୍ , ମଦ ସହ ବିଡ଼ା ବଡ଼ା ଟଙ୍କା ଆଦିର ବେଧଡ଼କ କାରବାର ଚାଲିଛି ।
ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କିପରି ଖୁଲମଖୁଲା ଚାଲିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଝାରପଡ଼ା ଘଟଣା ଏବେ ଚିନ୍ତାଜନକ ଥିବା ବେଳେ ଏହା ଉପରେ ତଦନ୍ତ କରାଯିବ ବୋଲି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking