28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର : ସବୁଆଡେ ଖାଁ ଖାଁ ପରିବେଶ

ଯାଜପୁର : ସବୁଆଡେ ଖାଁ ଖାଁ ପରିବେଶ

ଯାଜପୁର ଟାଉନ:କୋରୋନା ସଂକ୍ରମଣକୁ ରୋକିବା ଆଜି ସାରା ଦେଶରେ ଜନତା କର୍ପୁଂ୍ୟର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ରାଜ୍ୟ ସରକାର ଓଡିଶାର କେତେକ ସହରକୁ ଆଜି ଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଲକଡାଉନ ପାଇଁ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାର ଯାଜପୁର ଟାଉନ୍ ଓ ଯାଜପୁର ରୋଡ ସହରରେ ଲକ୍ ଡାଉନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଆଜି ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ବାକି ଦୋକାନ ବଜାର ବନ୍ଦ ରହିଛି । ସହରକୁ କୌଣସି ଗାଡି ଚଳାଚଳ କରୁନାହିଁ । କାଁ ଭାଁ ଦୁଇ ଚକିଆ ଯାନକୁ ଛାଡିଦେଲେ ସବୁଆଡେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି । ସେପଟେ ଲକଡାଉନକୁ ସପଂଳ କରିବାକୁ ଜିଲାପାଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରିଛନ୍ତି ।

ଲକ୍ ଡାଉନ୍ ଯୋଗୁଁ କେବଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦପ୍ତର ବ୍ୟତୀତ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଦପ୍ତର ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା, ଥାନା, କୋର୍ଟ, କଚେରୀ, ବ୍ଲକ୍‌, ତହସିଲ୍‌, ରେଳସେବା, ଇଂଟରସିଟି ବସ୍‌, ଅର୍ବାନ ଲୋକାଲ୍ ବଡି ବା ମୁନିସିପାଲିଟି ପୋଷ୍ଟାଲ, ଟେଲିକମ୍ ସର୍ଭିସେସ୍‌, ଫୁଡ୍ ସପ୍ଲାଏ ଚେନ୍ ଆଦି ଚାଲୁ ରହିବାକୁ ଅନୁମତି ଦିଆଯିବ । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଦୋକାନ ବଜାର, ହୋଟେଲ ବସି ରହି ଖାଇବାକୁ ବନ୍ଦ କରାଯାଇଥିବା ବେଳେ ପାର୍ସଲ ଫୁଡ୍ ନେବାପାଇଁ ଅନୁମତି ଦିଆଯିବ । ଗଣମାଧ୍ୟମ ଦପ୍ତର ଓ ଯୋଗାଯୋଗ ରକ୍ଷା ପାଇଁ ଅନୁମତି ଦିଆଯାଇଛି । ତେବେ ସଂକ୍ରମଣର ସମ୍ଭାବନା ଥିବା ସ୍ଥାନ ଗୁଡିକୁ ଆସନ୍ତା ସାତଦିନ ପାଇଁ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଲକ୍ ଡାଉନ୍ ପ୍ରକ୍ରିୟା ଯାଜପୁର ଜିଲ୍ଲାରେ ସମ୍ପୂର୍ଣ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking