28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଲିସ ମାଓବାଦୀ ମୁହାଁ ମୁହିଁ : ୧୩ ଯବାନ ନିଖୋଜ

ପୁଲିସ ମାଓବାଦୀ ମୁହାଁ ମୁହିଁ : ୧୩ ଯବାନ ନିଖୋଜ

ରାୟପୁର : ସାରା ଦେଶରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଉଥିବା ବେଳେ ଶନିବାର ବିଳମ୍ୱିତ ରାତିରେ ଛତିଶଗଡ଼ରେ ପୁଲିସ ଓ ମାଓବାଦୀ ମୁହାଁ ମୁହିଁ ହୋଇଥିଲେ । ମାଓବାଦୀଙ୍କ ସହ ଗୁଳି ବିନିମିୟ ବେଳେ ୧୪ ଜଣ ପୁଲିସ ଆହତ ହୋଇଛନ୍ତି।
ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳର କୋରଜଗୁଡା ପାହାଡ ନିକଟରେ ଶନିବାର ରାତି ପ୍ରାୟ ୨.୩୦ ସମୟରେ ଏହି ଏନକାଉଣ୍ଟର ହୋଇଥିଲା । ଆହତ ପୁଲିସ ଅଧିକାରୀଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛ । ଗୁଳିବିନିମୟ ପରେ ୧୩ ଜଣ ସୁରକ୍ଷା କର୍ମୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି। ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଚିନ୍ତାଗୁମ୍ଫା ନିକଟରେ ଥିବା ଏଲମଗୁଣ୍ଡାରେ ମାଓବାଦୀ ଲୁଚି ରହିଥିଲେ ବୋଲି ସୂଚନା ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଅପରେସନ ଆରମ୍ଭ କରିଥିଲେ। ମୋଟ୍ ୧୫୦ ଜଣ ଏହି ଅପରେସନରେ ସାମିଲ୍ ଥିଲେ ବୋଲି ସୂଚନା ମିଳିଛି । । ହେଲେ ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ଏଲମାଗୁଣ୍ଡା ନିକଟସ୍ଥ କୋରଜଗୁଡା ନିକଟରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ରୁ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଥାଇପାରେ ଅନୁମାନ କରାଯାଉଛି । ଏ ନେଇ କୌଣସି ଖବର ବର୍ତମାନ ସୁଦ୍ଧା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking