38.1 C
Bhubaneswar
Friday, April 26, 2024
Homeଓଡିଶାସରକାର ସହାୟତାର ହାତ ବଢ଼ାଇଲେ ନିଜ ଗୋଡ଼ରେ ଚାଲିବ କଣ୍ଢେଇ

ସରକାର ସହାୟତାର ହାତ ବଢ଼ାଇଲେ ନିଜ ଗୋଡ଼ରେ ଚାଲିବ କଣ୍ଢେଇ

ମୟୂରଭଞ୍ଜ : ନିୟତିର ବିଚାର ବଡ଼ ବିଚିତ୍ର। ଗରିବ ପରିବାରର ନିରୀହ ନିଷ୍ପାପ ଛଅବର୍ଷର ଝିଅ କଣ୍ଢେଇ। ଭଗବାନ ତାକୁ ସବୁ ଦେଇଥିଲେ ମଧ୍ୟ ସେ ନିଜ ଗୋଡ଼ରେ ନିଜେ ଚାଲିବା ପାଇଁ ଅକ୍ଷମ। ତେବେ ଝିଅଟିର ଚିକିତ୍ସା ପାଇଁ ପରିବାର ନିକଟରେ ଅର୍ଥ ସାଜିଛିବାଧକ ।ଅଭାବୀ ବାପାମାଆ ଝିଅର ଚିକିତ୍ସା ପାଇଁ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ବିଫଳ ହୋଇ ଏବେ ଭଗବାନ ଭରସାରେ ଛାଡି ଦେଇଛନ୍ତି । ଏପରିଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ପୋଡାଅସ୍ତିଆ ଗ୍ରାମରେ।
ଏହି ଗ୍ରାମରେ ରହୁଥିବା ବାବାଜୀ ସିଂ ଓ ଆଲାଦି ସିଂଙ୍କ ୫ ଟି ସନ୍ତାନ ମଧ୍ୟରୁ ସବୁଠାରୁ ଛୋଟ ୬ ବର୍ଷର ଝିଅ କଣ୍ଢେଇ ହେଉଛି ଜନ୍ମରୁ ଭିନ୍ନକ୍ଷମ । ପାଦ ଥାଇ ମଧ୍ୟ ନିଜ ଗୋଡ଼ରେ ଚାଲିବା ପାଇଁ ସକ୍ଷମ ନୁହେଁ କଣ୍ଢେଇ । ଆଣ୍ଠୁ ସାହାଯ୍ୟରେ ଚାଲିବା ସହ କରିଥାଏ ନିଜର ସମସ୍ତ କାର୍ଯ୍ୟ । ବାପାମାଆ ଉଭୟେ ଦିନ ମଜୁରିଆ । ଦିନଯାକର ମଜୁରୀ ଖଟି ରୋଜଗାର ହେଉଥିବା ଟଙ୍କାରେ ପରିବାର ମୁହଁରେ ଦାନା ଦେବା ପରେ ମଧ୍ୟ ଅଭାବ ଲାଗି ରହୁଥିବାରୁ ଝିଅଟିର ଚିକିତ୍ସା କରାବା ପାଇଁ ଅକ୍ଷମ ହୋଇପଡିଛନ୍ତି ବାପା ମାଆ। ତେବେ ଯାହାକିଛି ସମ୍ବଳ ଥିଲା ସେଇଥିରେ ଡାକ୍ତର ଦେଖାଇ ଭଲ କରିବାକୁ ବେଶ ଉଦ୍ୟମ କରିଥିଲେ। ହେଲେ ଅର୍ଥ ଶେଷ ହେବା ସହିତ ଡାକ୍ତର ଦେଖାଇବା ବନ୍ଦ। କିନ୍ତୁ କୁନି ଝିଅ କଣ୍ଢେଇର ଚିକିତ୍ସା କରାଇବାରେ ବିଫଳ ହୋଇ ହତାଶ ହେବା ପରେ ମନରେ ଦୁଃଖ ଛାତିରେ କୋହ ନେଇ ଆଖିରୁ ଲୁହ ଝରାଉଛନ୍ତି ଅସହାୟ ଭାବରେ ବାପା ମାଆ। ପିଲାଛୁଆର ସଂସାର ଚଳାଇ କଣ୍ଢେଇର ଚିକିତ୍ସା କଥା ଭାବିଲା ବେଳକୁ ଚାରିଆଡ଼ ଅନ୍ଧାର ଦିଶୁଛି ବୋଲି କୁହନ୍ତି ନିରୁପାୟ ବାପା ମାଆ।
ଏପରିଏକ ସମ୍ବେଦନଶୀଳ ତଥା ସ୍ପର୍ଶକାତର ଘଟଣାକୁ ନେଇ ଆମ ପ୍ରତିନିଧି ଶ୍ୟାମାଖୁଣ୍ଟା ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଦିବ୍ୟାଙ୍ଗ ଝିଅ କଣ୍ଢେଇର ଭତ୍ତା ହୋଇ ଯାଇଥିବା ବେଳେ ତାର ଯିବା ଆସିବା ପାଇଁ ଏକ ହ୍ୱିଲଚେୟାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଝିଅଟିର ଶୋଚନୀୟ ଅବସ୍ଥା ଦେଖିବା ପରେ ତାର ଚିକିତ୍ସା ପାଇଁ ସରକାରୀ ଖର୍ଚ୍ଚରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଇଦେବାରପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସବୁ ପ୍ରତିଶ୍ରୁତି ଏବେବି ପ୍ରତିଶ୍ରୁତି ହୋଇ ରହି ଯାଇଛି। କଣ୍ଢେଇକୁ ମିଳିଲାନି ଭତ୍ତା କି ହ୍ୱିଲଚେୟାର । ତେବେ ଏଘଟଣା ହେଉଛି ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳର ଖୋଦରାଜସ୍ଵ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହୋଇଥିଲେ ବି ମାନ୍ୟବର ମନ୍ତ୍ରୀଙ୍କ ନଜରକୁ ନ ଆସିବା ଯେତିକି ଆଶ୍ଚର‌୍ୟ୍ୟଜନକ ତା’ଠାରୁ ଅଧିକ ବିଡ଼ମ୍ବନାର ବିଷୟ। ଯାହା ମନ୍ତ୍ରୀଙ୍କ ଲୋକସମ୍ପର୍କ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି। ଏବେ ଘଟଣାଟି ସାମ୍ନାକୁ ଆସିବା ପରେ ଲୋକଙ୍କ ସୁଖଦୁଃଖର ସାଥୀ ବୋଲି ସାଧାରଣ ଲୋକେ ବିଶ୍ୱାସ କରୁଥିବା ବେଳେ ନିଶ୍ଚିତ ସହଯୋଗ କରିବାକୁ ମନ୍ତ୍ରୀ ମହାଶୟ ଆଗେଇ ଆସିବେ ବୋଲି ଆଶାପ୍ରକଟ କରି ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଇଛି।
ଅନ୍ୟପଟେ ଚାରିଆଡୁ ହତାଶ ହେବାପରେ ସାକ୍ଷାତ କରିଥିଲେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆଉ ବିଶ୍ୱାସ ଥିଲା ସରକାରୀ ସହାୟତା ଯୋଗାଇ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଇ ନିଜ ଗୋଡ଼ରେ କଣ୍ଢେଇକୁ ଚାଲିବାର ସାମର୍ଥ୍ୟ କରିବା ଦିଗରେ ପଦକ୍ଷେପ ନେବେ ଜିଲ୍ଲାପାଳ। କିନ୍ତୁ ଏଠିବି ସେଭଳି ଆନ୍ତରିକତା ନପାଇ ନିରାଶ ହେବାକୁ ପଡିଥିଲା। ସର୍ଵଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଭରସା। ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା କିଏ ସହାୟତାର ହାତ ବଢ଼ାଉଛି ଆଉକେବେ କଣ୍ଢେଇ ନିଜ ଗୋଡ଼ରେ ନିଜେ ଚାଲି ପାରିବ ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking