30.1 C
Bhubaneswar
Wednesday, April 24, 2024
Homeଓଡିଶାକୁଆପଥର ମାଡ଼ରେ ଯୁବକ ମୃତ

କୁଆପଥର ମାଡ଼ରେ ଯୁବକ ମୃତ

ରାୟଗଡ଼ା : କୁଆପଥର ମାଡ଼ରେ ଯୁବକ ମୃତ । ମୃତ ଯୁବକ ହେଲେ ଚିତା ମାଝି (୪୫)। ଚିତାଙ୍କ ଘର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତର କବାସିଲ ଗ୍ରାମରେ । ଆଜି ସକାଳେ କାଶୀପୁର ପୁଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଚିତା ଶନିବାର କସନାଦୋରା ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।
ସୂଚନା ଅନୁଯାୟୀ, ଚିତା ମାଝି ଶନିବାର ସନ୍ଧ୍ୟାରେ ନିଜ ଘରୁକୁ ଫେରୁଥିବା ସମୟରେ ବର୍ଷା ହୋଇଥିଲା । ସମୟକ୍ରମେ ବର୍ଷା ବଢିବା ସହ କୁଆ ପଥର ମାଡ଼ ହେବା ଯୋଗୁ ଚିତା ଅସୁସ୍ଥ ହୋଇ ପଡ଼ିଥିଲା । ରାତି ତମାମ ଗୁରୁତର ଅବସ୍ଥାରେ ଚିତା ପଡ଼ି ରହିବା ଯୋଗୁ ଚାନ୍ଦଗିରି ନିକଟରେ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଗାଈ ଚରାଳି ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି । ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking