28.1 C
Bhubaneswar
Saturday, April 27, 2024
Homeଓଡିଶାକିଏ ଅଫିସ୍ ଆସିବେ କିଏ ଆସିବେନି ?

କିଏ ଅଫିସ୍ ଆସିବେ କିଏ ଆସିବେନି ?

ଭୁବନେଶ୍ୱର : ଲକ୍ ଡାଉନ୍ ସମୟରେ କିଏ ଅଫିସ ଆସିବେ କିଏ ଆସିବେ ନାହିଁ ଗାଇଡଲାଇନ୍ ଜାରି ହୋଇଛି । ଲକ୍ ଡାଉନ୍ ଘୋଷିତ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ । ସମସ୍ତ ସରକାରୀ ବିଭାଗକୁ ୩ଟି ଭାଗରେ ବିଭକ୍ତିକରଣ କରାଯାଇଛି । କ୍ରିଟିକାଲ୍‌, ଆଶିଂକ କ୍ରିଟିକାଲ, ନନ୍ କ୍ରିଟିକାଲ ଏହି ତିନୋଟି ଭାଗରେ ବିଭକ୍ତକରଣ କରାଯାଇଛି ।
କ୍ରିଟିକାଲ ଘୋଷିତ ବିଭାଗର ସମସ୍ତ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ । ଆଶିଂକ କ୍ରିଟିକାଲ ଘୋଷିତ ବିଭାଗର କେଉଁମାନେ ଆସିବେ ସଚିବ ସ୍ଥିର କରିବେ । ନନ୍ କ୍ରିଟିକାଲ ଘୋଷିତ ବିଭାଗର କର୍ମଚାରୀ ଅଫିସ ଆସିବେ ନାହିଁ । କ୍ରିଟିକାଲ ୬, ଆଶିଂକ କ୍ରିଟିକାଲ ୯, ନନ୍ କ୍ରିଟିକାଲରେ ୨୫ ବିଭାଗକୁ ଅଣକ୍ରିଟିକାଲ ବର୍ଗରେ ରାଜ୍ୟ ସରକାର ସାମିଲ କରିଛନ୍ତି।
କ୍ରିଟିକାଲ ବିଭାଗ – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଳ ଘରୋଇ ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନ ଓ ଓଏସଡିଏମଏ ଏହି ବିଭାଗର ସମସ୍ତ କର୍ମଚାରୀ ଅଫିସ ଆସିବେ ।
ଆଶିଂକ କ୍ରିଟିକାଲ – ବାଣିଜ୍ୟ ଓ ପରିବହନ, ଇଆଣ୍ଡଆଇପି, ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଶିଳ୍ପ ଶ୍ରମ ଓ ଇଏସଆଇ, ଏମଏସଏମଇ, ପଂଚାୟତରାଜ, ରାଜସ୍ୱ, ଅନୁସୂଚିତ ଜାତିଓ ଜନଜାତି, ସ୍କୁଏ ଓ ଗଣଶିକ୍ଷା ବିଭାଗ, ଏସଏସଇପିଡି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପୃର୍ତ ବିଭାଗ । ଏହି ସବୁ ବିଭାଗର କର୍ମଚାରୀମାନେ କେଉଁ ସମୟରେ କେତେବେଳେ ଆସିବେ ସେ ନେଇ ବିଭାଗୀୟ ସଚିବ ମାନେ ନିଷ୍‌ପତି ନେବେ । ଏହି ବିଭାଗରେ ଥିବା ନିର୍ଦ୍ଦେଶଳୟ, ନିଗମ ଓ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ପ୍ରଶାସନିକ ସଚିବମାନେ ନିଷ୍ପତି ନେବେ ।
ନନ୍ କ୍ରିଟିକାଲ – କୃଷି, ଶ୍ରମବାୟ, ହସ୍ତଶିଳ୍ପ, ଅବକାରୀ, ଜଙ୍ଗଲ, ଉଚ୍ଛଶିକ୍ଷା, ଆଇନ୍‌, ସସ୍କୃତି, ସଂସଦୀୟ ବ୍ୟାପାର, ଯୋଜନା, ସାଧାରଣ ଉଦ୍ୟଗୋ, ଗ୍ରାଭଉନ୍ନୟନ , ବିଜ୍ଞାନ ଓ ବୈଶୟିକ,ଏସଡିଆଣ୍ଡଟିଇ, କ୍ରୀଡା, ଇସ୍ପାତ ଓ ଖଣି, ପ୍ରଜଟନ ଏବଂ ଜଳସମ୍ପଦ ଏହି ବିବାଗର କର୍ମଚାରି ଆସିବା ଉପରେ କଟକଣା ରହିଛି । ବିଭାଗୀୟ ସଚିବ ଆବଶ୍ୟକ ଦେଖି ପଦକ୍ଷେପ ନେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking