28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ପାଇଁ ଯାଜପୁର ଜିଲା ପ୍ରଶାସନର ଆଗୁଆ ପଦକ୍ଷେପ ଗ୍ରହଣ

କରୋନା ପାଇଁ ଯାଜପୁର ଜିଲା ପ୍ରଶାସନର ଆଗୁଆ ପଦକ୍ଷେପ ଗ୍ରହଣ

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୨୧ ତାରିଖରୁ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ମେଳାକୁ ବାତିଲ କରାଯାଇଛି । ସେହିପରି ସାରା ଜିଲାରେ ହେବାକୁ ଥିବା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସାରା ଜିଲାରେ ୧୪୪ ଧାରା ଲାଗୁ କରାଯାଇ କୌଣସି ଗୋଟିଏ ଜାଗାରେ ୫ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ନ ହେବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ହାଟ ଓ ବଜାର ଉପରେ ନଜର ରଖାଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି । ପଂଚାୟତ ସ୍ତରରେ ଅଂଗନୱାଡି କର୍ମୀ ମାନେ ଲୋକଙ୍କୁ ସଚେତନ କରିବେ । ପ୍ରତ୍ୟେକ ପଂଚାୟତରେ ହେଲପଲାଇନ ଖୋଲାଯିବ ବୋଲି ଯାଜପୁର ର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହିତ ଜିଲାର କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟିକୁ ବାତିଲ କରାଯାଇଛି ।

କରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଜିଲା ସଦର ମହକୁମା ଡାକ୍ତରଖାନା ପରିସରରେ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ ଚାଲିଛି । କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରପଂ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି । ଆଜି ଏ ନେଇ ଯାଜପୁରଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ର ଭାରପ୍ରାପ୍ତ  ଜିଲାପାଳ ଇନ୍ଦ୍ରମଣୀ ନାୟକ,ଏସପି ଚରଣ ସିଂ ମିନା,ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking