29.1 C
Bhubaneswar
Wednesday, May 1, 2024
Homeଓଡିଶାସାଙ୍ଗଙ୍କ ସହ ମିଶି ଭୋଜିକରିବା ମହାଙ୍ଗା ପଡ଼ିଲା; ଜଣେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ସାଙ୍ଗଙ୍କ ସହ ମିଶି ଭୋଜିକରିବା ମହାଙ୍ଗା ପଡ଼ିଲା; ଜଣେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ଖଲ୍ଲିକୋଟ:  କିଛି ସାଙ୍ଗ ମିଶି ଭୋଜିକରି ଖାଇଥିଲେ । ଏହାର କିଛି ସମୟ ପରେ ଦୁଇଜଣ ଅସୁସ୍ଥ ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମୃତକ ତୋଟାଗାଁର ଜଗା ପାହାନ ଏବଂ  ଗୁରୁତର ଅସୁସ୍ଥ ଯୁବକ ଜଣକ ଚଣ୍ଡୀପୀଠ ଗ୍ରାମର ସମୀର ପ୍ରଧାନ ବୋଲି ଜଣାପଡ଼ିଛି । ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଆଲୋଚନା ଜୋର୍‌ଧରିଛି ।
ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମ ଶେଷରେ ଥିବା ଏକ ଭଡ଼ାଘରେ ଗତକାଲି କିଛି ସାଙ୍ଗ ମିଶି ଭୋଜି କରିଥିଲେ । ତେବେ ସନ୍ଧ୍ୟାରେ ଦୁଇଜଣ ଯୁବକ ସେହି ଘରେ ଗୁରୁତର ହୋଇ ପଡ଼ିରହିଥିଲେ । ଖବର ପାଇ ଜଣେ ସମ୍ପର୍କୀୟ ସେଠାରେ ପହଞ୍ôଚ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ôଚ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking