34.1 C
Bhubaneswar
Wednesday, May 1, 2024
Homeଓଡିଶାବିଚାରାଧୀନ ବନ୍ଦୀଙ୍କ ଅସ୍ୱାଭାବିକ ମୃତ୍ୟୁ

ବିଚାରାଧୀନ ବନ୍ଦୀଙ୍କ ଅସ୍ୱାଭାବିକ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା କାରାଗାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଓ ଦୁଇଦିନ ତଳେ ଏକ ଗଞ୍ଜେଇ ଚାଲାଣ ମାମଲାରେ କୋର୍ଟରେ ଆତ୍ମସମର୍ପଣ କରି ପରେ ଜେଲ ଯାଇଥିବା ଜଣେ ବିଚାରାଧୀନ ବନ୍ଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଜେଲ୍ କର୍ତ୍ତୃପକ୍ଷ ପିଟିପିଟି ଜୀବନରୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁର ଲୋକନାଥ ଦିଗାଲଙ୍କ ପୁଅ ଅଭିରାମ ଦିଗାଲ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଗତ ୨୦୨୧ ମସିହାରେ ମୃତ ଯୁବକ ଜଣକ ନାମରେ ଫୁଲବାଣୀ ଟାଉନ ଥାନାରେ ଏକ ଗଞ୍ଜେଇ ଚାଲାଣ ମାମଲା ଥିବାବେଳେ ଏହି ମାମଲାରେ ସେ ଜେଲ ଯାଇ ଜାମିନରେ ଆସିଥିଲେ । ଏହି ମାମଲାରେ ସେ ଜାମିନ ପାଇବା ପରେ କୋର୍ଟର ତାରିଖକୁ ଯାଇନଥିଲେ । ଫଳରେ ତାଙ୍କ ନାମରେ ଏକ ଜାମିନବିହୀନ ପରୱାନା ଜାରି କରାଯାଇଥିଲା । ଗତ ସୋମବାର ସମ୍ପୃକ୍ତ ଯୁବକ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ବୁଧବାର ସକାଳୁ ତାଙ୍କର ହଠାତ୍ ଦେହ ଖରାପ ହୋଇଛି କହି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବୁଧବାର ମୃତ୍ୟୁ ହୋଇଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଯୁବକଙ୍କ ଏପରି ଅସ୍ୱାଭାବିକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବାବେଳେ ମୃତଦେହରେ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ଜେଲ୍‌ରେ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ପିଟିପିଟି ମାରିଦେଇଥିବା ଅଭଯୋଗ କରିଛନ୍ତି ପରିବାର ଲୋକେ । ଏହି ଘଟଣାକୁ ନେଇ ମେଡିକାଲରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ମେଡିକାଲରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ସହ ସଲାଗୁଡ଼ା ସରପଞ୍ଚ ପହଞ୍ଚି ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପଟେ ଘରୁ ସୁସ୍ଥ ଅବସ୍ଥାରେ ଆତ୍ମସମର୍ପଣ କରିବାକୁ ଯାଇ ଜେଲରେ ଗୋଟିଏ ଦିନ ନ ରହୁଣୁ ଯୁବକଙ୍କ କେମିତି ମୃତ୍ୟୁ ହେଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଯୁବକ ଜଣକ ଅବିବାହିତ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ । ତେଣୁ ଶୋକସନ୍ତପ୍ତ ପରିବାରକୁ ଆର୍ôଥକ ସହାୟତା ଯୋଗାଇଦେବା ପାଇଁ ଡିମିରିଗୁଡା ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଫୁଲବାଣୀ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ପୁଲିସ ଫୋର୍ସ ସହ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଅପର ପକ୍ଷରେ ଜଣକଙ୍କ ମୃତଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିବା ଓ ଯୁବକଙ୍କୁ ମେଡିକାଲ ଭର୍ତ୍ତି କରିବାଠାରୁ ଆରମ୍ଭକରି ଯୁବକଙ୍କ ମୃତ୍ୟୁହେବା ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ କିମ୍ବା ପୁଲିସ ପରିବାର ଲୋକଙ୍କୁ ଖବର ନଦେବା କେଉଁଠି ନା କେଉଁଠି ପୁଲିସ ଓ ଜେଲ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ପରିବାର ଲେୋକ ଅଭେିଯାଗ କରି ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking