30.1 C
Bhubaneswar
Wednesday, May 1, 2024
Homeଓଡିଶାମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ଖଜୁରୀପଡ଼ା:  ଖଜୁରୀପଡ଼ା ମୁଖ୍ୟାଳୟଠାରେ ବୁଧବାର ପବିତ୍ର ଶ୍ରୀରାମ ନବମୀ ପାଳନ ଅବସରରେ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଅପରାହ୍ଣରେ ଅନୁଷ୍ଠିତ ଏକ ଶୋଭାଯାତ୍ରା ସହର ପରିକ୍ରମା କରୁଥିବାବେଳେ ଖଜୁରୀପଡ଼ା ଥାନା ପଛପଟରେ ଥିବା ଏକ ଶିମିଳିଗଛରେ ଥିବା ବାଘୁଆ ମହୁମାଛି ହଠାତ୍ ଲୋକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜୀବନ ବଞ୍ଚାଇବା ପାଇଁ ଯିଏ ଯୁଆଡ଼େ ପ୍ରାଣ ବିକଳରେ ଦୌଡୁଥିବାବେଳେ ଭିନ୍ନକ୍ଷମ ପରମାନନ୍ଦ ପ୍ରଧାନ ଯାଇ ନପାରି ଅଧିକମାତ୍ରାରେ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଖଜୁରୀପଡ଼ା ଥାନା ଏଏସ୍‌ଆଇ ନାରାୟଣ ପାତ୍ର ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଏପରିକି ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ମହୁମାଛି ଆକ୍ରମଣରେ ଆହତ ହୋଇ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking