29.1 C
Bhubaneswar
Wednesday, May 1, 2024
Homeଓଡିଶା୧୮ ଓ ୧୯ ତାରିଖ ପାଇଁ ସିଭିୟର ହିଟୱେଭ ଆଲର୍ଟ ଜାରି

୧୮ ଓ ୧୯ ତାରିଖ ପାଇଁ ସିଭିୟର ହିଟୱେଭ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି । ତାତି ବଢ଼ିଚାଲିଛି । ଆଜି ରାଜ୍ୟର ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏଥିରେ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।ତାଳଚେରରେ ଆଜି ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ନୂଆପଡ଼ାରେ ୪୩ଂ, ପାରଳାଖେମୁଣ୍ଡି ବୌଦ୍ଧରେ ୪୨.୮ଂ, ଅନୁଗୁଳ, ନୟାଗଡ଼ରେ ୪୨.୬ଂ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀପାରା ଛୁଇଁଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ଜାରି ରହିବ । ୫ ସହରରେ ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିପାରେ ।
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏଥିସହ ପବନ ବୋହିପାରେ । ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିସହ ୩୦ରୁ ୪୦କିମି ବେଗରେ ପବନ ବୋହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ଦିନର ତାପମାତ୍ରାରେ ବାଲେଶ୍ୱର ୪୦.୪ଂ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ୪୧.୬ଂ, କଟକ ୪୧.୫ଂ, ଭୁବନେଶ୍ୱର ୪୧.୭ଂ, ହୀରାକୁଦ ୪୧.୪ଂ, ମାଲକାନଗିରି ୪୨ଂ, ସୋନପୁର ୪୦.୪ଂ, ରାୟଗଡା ୪୦.୨ଂରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking