34.1 C
Bhubaneswar
Wednesday, May 1, 2024
Homeଓଡିଶାପ୍ରଚଣ୍ଡ ଖରା ; ସାଢେ ୧୧ରେ ୪୦ ଟପିଲା ଭୁବନେଶ୍ୱର

ପ୍ରଚଣ୍ଡ ଖରା ; ସାଢେ ୧୧ରେ ୪୦ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି । ତାତି ବଢ଼ିଚାଲିଛି । ଦିନ ସାଢେ ୧୧ଟାରେ ୪୦ ଟପିଲା ଭୁବନେଶ୍ୱର ତାପମାତ୍ରା । ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ର ୪୦.୬ । ଭୁବନେଶ୍ୱର ସହ ବାଲେଶ୍ୱର ତାପମାତ୍ରା ବି ୪୦.୬ । ଚାନ୍ଦବାଲି ଓ ଝାରସୁଗୁଡା ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା । ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ଡିଗ୍ରୀ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ଜାରି ରହିବ । ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏଥିସହ ପବନ ବୋହିପାରେ । ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିସହ ୩୦ରୁ ୪୦କିମି ବେଗରେ ପବନ ବୋହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking