28.1 C
Bhubaneswar
Saturday, April 27, 2024
Homeଓଡିଶାରେଡାଙ୍ଗ ସେବାଶ୍ରମରେ ଅନିୟମିତା

ରେଡାଙ୍ଗ ସେବାଶ୍ରମରେ ଅନିୟମିତା

ଢେଙ୍କାନାଳ: ମହାମାରୀ କରୋନା ସମୟରେ ବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାରଙ୍କ ତରଫରୁ ଡାଲି, ଚାଉଳ, ଅଣ୍ଡା ଓ ବିସ୍କୁଟ ଆଦି ଦିଆଯାଇଥିଲା । ସେହି ସବୁ ଖାଦ୍ୟ ସାମଗ୍ରୀ ବଂଟନରେ ଅନିୟମିତତାକୁ ନେଇ ବଦ୍ୟାଳୟ ପରିଚାଳନା କମିଟି ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ କେରଜୋଳି ପଂଚାୟତ ଅନ୍ତର୍ଗତ ରେଡାଙ୍ଗ ଗ୍ରାମରେ ରହିଛି ରେଡାଙ୍ଗ ସେବାଶ୍ରମ ବିଦ୍ୟାଳୟ । କରୋନା ମହାମାରୀ ସମୟରେ ସେବାଶ୍ରମରେ ପଢୁଥିବା ପିଲାମାନଙ୍କ ପାଇଁ ଆସିଥିଲା ଖାଦ୍ୟ ସାମଗ୍ରୀ । ମାତ୍ର ଏହାର ବଂଟନରେ ଅନିୟମିତତାକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସମସ୍ୟାକୁ ନେଇ କମିଟିର ସଦସ୍ୟମାନେ ତଦନ୍ତ ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

ଜାତୀୟ ଡାକ୍ତର ଦିବସ ପାଳିତ
ଢେଙ୍କାନାଳ: ଇନରହୁଇଲ୍ କ୍ଲବ୍ ଢେଙ୍କାନାଳ ପକ୍ଷରୁ ଭାନୀରାମ୍ ମଡେଲ୍ ହାଇସ୍କୁଲ୍ ପରସରରେ ମାଗଣା ଦନ୍ତ ଚିକିତ୍ସା ଓ ଦାନ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଦନ୍ତ ଚିକିତ୍ସକ ଡା. ରାୟମନ ମିଶ୍ର (ମିଶ୍ର ଲେଜର ଦନ୍ତ ଚିକିତ୍ସାଳୟ) ଓ ତାଙ୍କ ସହଯୋଗୀ ଯୋଗଦାନ କରି ଦାନ୍ତ ଉପରେ ସଚେତନ କରିବା ସହିତ ଆସିଥିବା ରୋଗୀମାନଙ୍କର ଚିକିତ୍ସା କରିଥିଲେ ।
ଏହି ଶିବିରରେ ବଳଭଦ୍ରପୁର ଗ୍ରାମ୍ୟ କମିଟି ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସାଗରମଲ ଅଗ୍ରୱାଲ, ସରିତା ଅଗ୍ରୱାଲ ଓ ଇନରହୁଇଲ୍ କ୍ଲବ୍‌ର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରୀତି ଉପହାର ଦେଇ ସମ୍ବୋଧିତ କରିଥିଲେ । ଶିବିରରେ ୭୨ଜଣ ବ୍ୟକ୍ତିଙ୍କ ଦନ୍ତ ଚିକିତ୍ସା କରାଯାଇଥିବାବେଳେ ୧୦୦ ଜଣଙ୍କୁ ଟୁଥ୍‌ପେଷ୍ଟ, ଟୁଥ୍‌ବ୍ରସ୍‌, ମାଉଥ୍ ସ୍ୱାସ୍‌, ମାସ୍କ, ସାବୁନ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଶିବିରରେ ଇନରହୁଇଲ୍ କ୍ଲବ୍ ଢେଙ୍କାନାଳର ସଭାପତି ଅପର୍ଣ୍ଣା ରଥ, ସାମ୍ବାଦିକା ସ୍ୱେତା ଡାଲମିଆ, ସରିତା ଅଗ୍ରୱାଲ, ଅମିତା ଜୟସୁଆଲ୍‌, ଅର୍ଚ୍ଚନା ମହାପାତ୍ର, ଆଇ.ରୂପରାଣୀ, ଗୀତାଞ୍ଜଳି ନନ୍ଦ, ରିତିକା ଅନୁଭୁତି, ତୃପ୍ତି ନନ୍ଦ, ଗାୟତ୍ରୀ ହିନ୍ଦୋଜା, ଶ୍ରଦ୍ଧା ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking