31.1 C
Bhubaneswar
Tuesday, May 7, 2024
Homeଓଡିଶାକୁକୁଡା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ

କୁକୁଡା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ

ଢେଙ୍କାନାଳ : ଗ୍ରାମ ଭିତରେ ଥିବା କୁକୁଡା ଫାର୍ମକୁ ନେଇ ଗ୍ରାମ ଭିତରକୁ ଯାଇ ହେଉନାହିଁ । ଏହି କୁକୁଡା ଫାର୍ମ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରାଯାଇଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କାକୁଡଭାଗ ଗ୍ରାମ ପଂଚାୟତ ଅଧିନରେ ଥିବା ଇଛାପୁର ଗ୍ରାମ ମଧ୍ୟରେ ରହିଛି ଗୋଟିଏ କୁକୁଡା ଫାର୍ମ । ଗ୍ରାମବାସୀ ତଥା ଆଖ ପାଖ ଅଚଂଳରେ ବସବାସ କରୁଥିବା ପରିବାର ନାହିଁ ନଥିବା ପରିବେଶରେ ଗତି କରୁଛନ୍ତି । ଗ୍ରାମରେ ଶତାଧିକ ପରିବାର ବାସ କରିଥାନ୍ତି। ବର୍ଷା ଦିନେ ଏହି ଦୁର୍ଗନ୍ଧ ମୟ ପରିବେଶକୁ ନେଇ ନାନାଦି ଚର୍ମ ରୋଗରେ ପିଡିତ ହେଉଛନ୍ତି ଗ୍ରାମବାସୀ । କୁକୁଡା ଫାର୍ମକୁ ନେଇ ଗ୍ରାମ ପରିବେଶ ପ୍ରଦୁଷଣ ହେବାରେ ଲାଗିଛି । କୁକୁଡା ଫାର୍ମ ମାଲିକଙ୍କ ଏ ସଂପର୍କରେ ଜଣାଇଲେ ମଧ୍ୟ କଥାକୁ ଶୁଣୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେଣୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଏହି କୁକୁଡା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking