30.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ

୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ

ନୂଆଦିଲ୍ଲୀ: ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟ ଟ୍ରାକକୁ ଫେରିଛି । ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୪ ତମ ମ୍ୟାଚରେ ରାଜସ୍ଥାନ ମୁମ୍ବାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଡି’କକ୍ ଓ କୁନାଲ୍ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୮.୩ ଓଭରରେ ୩ ୱିକେଟ୍ ହରାଇ ୧୭୨ ରନ୍ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ ୭୦ (୫୦ ବଲ୍‌, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ କୁନାଲ୍ ମଧ୍ୟ ୩୯ (୨୬ ବଲ୍‌, ୨ ଚୌକା, ୨ ଛକା) ରନର ଉପଯୋଗୀ ଇନିଂସ୍ ଖେଳି ମୁମ୍ବାଇକୁ ବିଜୟୀ କରାଇଛନ୍ତି । ତେବେ କ୍ୟାପଟେନ୍ ରୋହିତ୍ ଶର୍ମା ନିରାଶ କରିଛନ୍ତି । ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ମୁମ୍ବାଇ ବ୍ୟାଟିଂରେ ଅଙ୍କୁଶ ଲଗାଇପାରି ନାହାନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆହ୍ୱାନ କରିଥିଲେ । ଦୁଇ ଓପନର ଜସ ବଟଲର ଓ ଯଶସ୍ୱୀ ଜୟସ୍ୱାଲ ପ୍ରଥମ ୱିକେଟ ଯୋଡ଼ିରେ ୬୬ ରନର ଭାଗିଦାରୀ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ବଟଲର ୪୧ ଓ ଜୟସ୍ୱାଲ ୩୨ ରନ କରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୨ ଓ ଶିବମ ଦୁବେ ୩୫ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨ଟି, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚ ଖେଳି ୨ ବିଜୟ ସହ ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ମୁମ୍ବାଇ ୫ ମ୍ୟାଚରୁ ୨ ବିଜୟ ସହ ୪ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking