27.5 C
Bhubaneswar
Monday, July 22, 2024
Homeଦେଶ ବିଦେଶଭୋଟ ଗଣତି ପୁର୍ବରୁ ପୁର୍ବାନୁମାନ ପ୍ରକାଶ

ଭୋଟ ଗଣତି ପୁର୍ବରୁ ପୁର୍ବାନୁମାନ ପ୍ରକାଶ

ନୂଆଦିଲ୍ଲୀ :୨୦୨୧ ବିଧାନସଭା ନିର୍ବାଚନର ଫଳାଫଳ ପୁର୍ବରୁ ଧିରେ ଧିରେ ପ୍ରକାଶ ପାଇବାରେ ଲାଗିଛି ଏକଜିଟ ପୋଲ । ପଶ୍ଚିମବଙ୍ଗ ନିର୍ବାଚନ ର ୨୯୪ ଆସନରୁ ରିପବ୍ଲିକ ଟିଭିର ସର୍ଭେ ଅନୁସାରେ ଟିଏମସି ଏଠାରେ ସବୁଠାରୁ ବଡ ଦଳ ଭାବେ ସାମନାକୁ ଆସୁଛି । ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖିପାରେ ମମତାଙ୍କ ଦଳ ତୃଣୂଳ କଂଗ୍ରେସ । ରିପବ୍ଲିକ ଟିଭି ଅନୁସାରେ ବିଜେପି ୧୩୮-୧୪୮, ତୃଣମୁଳ କଂଗ୍ରେସ ୧୨୮-୧୩୮, ସିପିଆଇଏମ ୧୧-୨୧ ଆସନ ପାଇପାରେ । ରିପବ୍ଲିକ ଟିଭି ଅନୁସାରେ କେରଳ ରେ ୧୪୦ ଟି ଆସନ ମଧ୍ୟରୁ ଏଲଡିଲଫ+କୁ ୭୨-୮୦, ୟୁଡିଏଫକୁ ୫୮-୬୪ , ବିଜେପିକୁ – ୧-୫ ଟି ଆସନ ମିଳିପାରେ । ରିପବ୍ଲିକ ଟିଭି ଅନୁସାରେ ଆସାମ ରେ ୧୨୬ ଆସନ ମଧ୍ୟରୁ ବିଜେପି+ କୁ ୭୪-୮୪, କଂଗ୍ରେସ କୁ ୪୯-୫୦ ଓ ଅନ୍ୟକୁ ୧-୩ ଟି ଆସନ ମିଳିପାରେ । ତାମିଲନାଡୁ ରେ ଡିଏମକେ+ କୁ ୧୬୦-୧୭୦,ଏଆଇଏଡିଏମକେକୁ ୫୮-୬୮, ଏମଏନମଏମ+କୁ ୪-୬ ଆସନ ମିଳିପାରେ ।
ସେହିଭଳି ଭାବେ ଏବିପି ନ୍ୟୁଜ ଅନୁସାରେ ପଶ୍ଚିମବଙ୍ଗ ରେ ବିଜେପି+କୁ ୧୦୯-୧୨୧, ତୃଣମୁଳ କଂଗ୍ରେସ କୁ ୧୫୩-୧୬୪, ସିପିଏମକୁ୧୪-୨୫ ଆସନ ମିଳିପାରେ ।

ଟାଇମ୍ସ ନାଓ ର ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି+କୁ ୧୧୫, ତୃଣମୂଳ କଂଗ୍ରେସକୁ ୧୫୮, ସିପିଏମକୁ ୧୯ ଆସନ ମିଳିପାରେ ।
ଇଣ୍ଡି÷ଆ ଟୁଡେ ଅନୁସାରେ ଆସାମର ୧୨୬ ଆସନରୁ ବିଜେପି+ କୁ ୭୫-୮୫,
କଂଗ୍ରେସ+କୁ ୪୯-୫୦,ଓ ଅନ୍ୟକୁ ୧-୪ ଟି ଆସନ ମିଳିପାରେ ।
ପି-ମାର୍କ୍ୟୁର ସର୍ଭେ ହିସାବରେ ତାମିଲନାଡୁରେ ଡିିଏମକେକୁ ୧୬୫-୧୯୦,ଏଆଇଡିଏମକେ କୁ ୪୦ରୁ ୬୫, ଏମଏମଏମକୁ ୧-୩ ଓ ଅନ୍ୟକୁ ୧-୬ ଟି ଆସନ ମିଳିପାରେ ।
‘ଜନ କି ବାତ’ର ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ବିଜେପିକୁ ୧୭୪, ତୃଣମୂଳ କଂଗ୍ରେସକୁ ୧୧୨,ସିପିଆଇ(ଏମ)କୁ ୬ଟି ଆସନ ମିଳିପାରେ ।
ଏହାଛଡା ସିଏନଏକ୍ସର ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ବିଜେପିକୁ ୧୪୩, ତୃଣମୂଳ କଂଗ୍ରେସକୁ ୧୩୩, ସିପିଆଇ(ଏମ)କୁ ୧୬ ଟି ଆସନ ମିଳିପାରେ ।

ତେବେ ସମସ୍ତ ସର୍ଭେ ଅନୁସାରେ ତାମିଲନାଡୁରେ ସରକାର ବଦଳିବା ଭଳି ଜଣାପଡୁଛି । ଏଠାରେ ଡିଏମକେ , ଏଆଇଡିଏମକେ ଠାରୁ କ୍ଷମତା ଛଡାଇ ନେଇପାରେ । ରିପବ୍ଲିକ ର ସର୍ଭେ ଅନୁସାରେ ମଧ୍ୟ ଡିଏମକେକୁ ମିଳିପାରେ ସଂଖ୍ୟା ଗରିଷ୍ଠତା । ତେବେ ସମସ୍ତ ରାଜ୍ୟର ଚୂଡାନ୍ତ ଫଳାଫଳ ମେ’ ୨ କୁ ପ୍ରକାଶିତ ହେବ ।

https://onakhabar.com/west-bengal-election/

https://onakhabar.com/assam-election/

https://onakhabar.com/kerala-election/

https://onakhabar.com/election-news/

https://onakhabar.com/puducherry-election/

ଭୋଟ ଗଣତି

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking