29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଟସ ହାରି ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ ଇଣ୍ଡିଅନ୍ସ

ଟସ ହାରି ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ ଇଣ୍ଡିଅନ୍ସ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୧୩ତମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ପଞ୍ଜାବ ଟସ ଜିତି ପ୍ରଥମେ ମୁମ୍ବାଇ ଇଣ୍ଡିଅନ୍ସ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଉକ୍ତ ମ୍ୟାଚ ଆବୁଧାବିରେ ଖେଳାଯିବ। ଉଭୟ ଦଳ ଚତୁର୍ଥ ମ୍ୟାଚ ଖେଳିବେ। ପ୍ରଥମ ୩ଟି ମ୍ୟାଚରୁ ଉଭୟ ଦଳ ୨ ପଏଣ୍ଟ ଲେଖାଏଁ ହାସଲ କରିଥିବାବେଳେ ଚତୁର୍ଥ ମ୍ୟାଚ ବିଜୟ ନେଇ ଉଦ୍ୟମ କରିବେ।
ହିଟ୍‌ମ୍ୟାନ ଭାବେ ପରିଚିତ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବଇ ଇଣ୍ଡିଆନ୍ସ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଦଳ ୩ଟି ମ୍ୟାଚରୁ ଗୋଟିଏ ବିଜୟ, ୨ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ଦଳ ଚେନ୍ନଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିବାବେଳେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ରୋହିତ ୩ଟି ମ୍ୟାଚରୁ ୧୦୦ରନ, କ୍ବାଣ୍ଟେନ ଡିକକ୍‌ ୪୮ରନ, ସୂର୍ୟ୍ୟକୁମାର ଯାଦବ ୬୪ରନ, ହାର୍ଦିକ ପାଣ୍ଡ୍ୟା ୪୭, କିରନ ପୋଲାର୍ଡ ୯୧ରନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଆହତ ସୌରଭ ତିୱାରୀଙ୍କ ସ୍ଥାନରେ ଖେଳିଥିବା ଇଶାନ କିଷାନ ଚମତ୍କାର ୯୯ରନ କରି ନିଜ ସ୍ଥାନକୁ ବଜାୟ ରଖିବାରେ ସକ୍ଷମ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking