ପ୍ରବଳ ବର୍ଷିବ: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଅରେଂଜ ଏବଂ ୟେଲୋ ଓାର୍ଣ୍ଣିଂ ଜିଲ୍ଲାଗୁଡିକ ଉପରେ ନଜର ରଖିବାକୁ ପରାମର୍ଶ ସେ ଦେଇଛନ୍ତି । ଜଳ ନିଷ୍କାସନ, ପାହାଡିଆ ଅଂଚଳରେ ଭୂସ୍ଖଳନ ପ୍ରତି ମଧ୍ୟ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଲଘୁଚାପ ଯୋଗୁଁ ଆସନ୍ତା ୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ସକାଳ ଯାଏଁ ୫ ଜିଲ୍ଲାକୁ ଅରେଂଜ ଓ ୧୫ ଜିଲ୍ଲାକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି । ଗଂଜାମ, ବଲାଙ୍ଗୀର, ସୋନପୁର, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାକୁ ଅରେଂଜ ଓାର୍ଣ୍ଣିଂ ଆଲର୍ଟ କରାଯାଇଛି । କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସମ୍ବଲପୁର କୁ ସତର୍କ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here