ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ୩୧ ଯାଏ ମନା

ଭୁବେନଶ୍ୱର: ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସଂସ୍କାର କଟକଣା ଅବଧିକୁ ପୁଣି ବୃଦ୍ଧି କରାଯାଇଛି । ଅକ୍ଟୋବର ୩୧ ତାରିଖ ଯାଏଁ ପୁରୀ ଜିଲ୍ଲା ରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଅବଧି ବୃଦ୍ଧି କରିଛନ୍ତି । ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ମଧ୍ୟ ୩୧ ଯାଏଁ ବଢିଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ୩୬୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧୧୮ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୪୯୭ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଏଥିସହ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଏବେ ୩୬ ହଜାର ୧୧୨ ଜଣ ସକ୍ରିୟ ରୋଗୀ ଭାବେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୧,୮୫,୭୦୦ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୩୬୧୫ ଆକ୍ରାନ୍ତ ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲ୍ ରୁ ଚିହ୍ନଟ ହୋଇଛନ୍ତି । ଖୋଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୭୧ , ଷ୍ଟେଟପୁଲ୍‌ରୁ ୨୪୦, ପୁରୀରୁ ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here