29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର  :  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଭିତରକନିକାକୁ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ରହିବା ସହ ନୂତନ ଲୁଣା ନର୍ସରୀ, ସେଲ୍‌ଫି ପଏଣ୍ଟ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ୍‌ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍‌, କଟେଜ୍‌, ମ୍ୟୁଜିୟମ୍‌ ବୋଟ ଏବଂ ବ୍ୟାଟେରୀ ଚାଳିତ ଗାଡ଼ି ଆଦି ପ୍ରସ୍ତୁତ ରଖାଯାଇଛି । ପର୍ଯ୍ୟଟକମାନେ ଗୁପ୍ତି, ଖୋଳା ଓ ଚାନ୍ଦବାଲି ଦେଇ ଜଳପଥରେ ଭିତରକନିକାକୁ ଆସିପାରିବେ । ସ୍ଥଳପତଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକମାନେ ଭିତରକନିକାକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking