28.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଏଲଏସିରେ ଭାରତର ବିଶାଳ ସେନା ମୁତୟନ

ଏଲଏସିରେ ଭାରତର ବିଶାଳ ସେନା ମୁତୟନ

ନୂଆଦିଲ୍ଲୀ : ଲଦାଖରେ ପୁର୍ବବର୍ଷ ଏପ୍ରିଲ ଠାରୁ ସୀମା ବିବାଦ ଜାରି ରହିଛି । ଦୁଇ ଦେଶର ସେନା ମଧ୍ୟ ସୀମାରେ ମୁତୟନ ଅଛନ୍ତି । ଭାରତୀୟ ସୈନ୍ୟ ମାନେ ଚୀନ ପିଏଲକୁ ଲଦାଖରେ ପୁଣିଥରେ ଭାରତୀୟ ଇଲାକାକୁ କବ୍ଚା କରିବାରୁ ଫେଲ କରାଇ ଦେଇଛି । ୨୦୨୦ରେ ଗଲୱାନ ଘାଟିରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନର ୪୦ରୁ ଉର୍ଦ୍ଧ ସୈନ୍ୟ ମୃତୁ ବରଣ କରିଥିଲେ । ଏହାପରେ ମଧ୍ୟ ଡ୍ରାଗନ ସୈନ୍ୟକୁ ଉଚିତ ଜବାବ ଦେଇ ଉଞ୍ଚା ଶୀଖର ସ୍ଥାନକୁ ଭାରତ ନିଜ କବ୍ଚାରେ କରିସାରିଛି । ଏଲଏସି ଓ ଲଦାଖରେ ଭାରତର ବିଶାଳ ସୈନ୍ୟକୁ ଦେଖି ଚୀନ ଡ଼ରିଯାଇଛି । ଆଉ ଏହାର ପ୍ରମାଣ ମିଳେ ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସରୁ ।
ଗ୍ଲୋବାଲ ଟାଇମ୍ସରେ ଚୀନ ଲେଖିଛିଯେ ଭାରତ ଦ୍ୱାରା ଲଦାଖ ପାନଗଙ୍ଗ ଇଲାକାରେ ହେଉଥିବା ଗତିବିଧିକୁ ଲକ୍ଷ୍ୟ କରାଯାଉଛି ଏବଂ ପାନଗଙ୍ଗ ଇଲାକାରେ ଥିବା ଭାରତର ‘ମାନ’ ନାମକ ଗ୍ରାମରେ ଏତେ ଅସ୍ଥାୟୀ ଘର ଦେଖାଯାଉଛି ଯେଉଁଥିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କୁ ରଖାଯାଇପାରେ । ଯାହାକି ଭାରତର ମିଲିଟାରୀ ଶକ୍ତିକୁ ଦର୍ଶାଉଛି । ସୁଚନା ଯୋଗ୍ୟଯେ ଏହି ପାନଗଙ୍ଗ ହ୍ରଦର ଏକ ବଡ଼ ଅଞ୍ଚଳ ଚୀନ କବ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking