39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆମେରିକାରେ ବୈଜ୍ଞାନିକ ଡ. ଆରତୀଙ୍କୁ ମିଳିବ ଗୁରୁଦାୟିତ୍ୱ

ଆମେରିକାରେ ବୈଜ୍ଞାନିକ ଡ. ଆରତୀଙ୍କୁ ମିଳିବ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟଙ୍କୁ ମିଳିବ ବଡ ଦାୟିତ୍ୱ । ୬୩ ବର୍ଷୀୟା ଭାରତରେ ଜନ୍ମିତ ଡ. ଆରତୀଙ୍କୁ ଆମେରିକା ସରକାରରେ ବିଜ୍ଞାନ କ୍ଷେତ୍ରରେ ଗୁରୁଦାୟିତ୍ବ ମିଳିପାରେ। ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ପଦରେ ନିଯୁକ୍ତି ପାଇବେ ଇଣ୍ଡୋ-ଆମେରିକୀୟ ଡକ୍ଟର ଆରତୀ ପ୍ରଭାକର । ବାଇଡେନ ମଙ୍ଗଳବାର ତାଙ୍କ ନାଁ ମନୋନୀତ କରିବା ସହ କହିଛନ୍ତି ଡ. ପ୍ରଭାକର ହେଉଛନ୍ତି ଜଣେ ବିଚକ୍ଷଣ, ଦକ୍ଷ ଓ ଅତ୍ୟନ୍ତ ସମ୍ମାନୀୟ ପଦାର୍ଥବିଜ୍ଞାନି । ସେ ଏହି ବିଭାଗ ଦାୟିତ୍ବର ସହ ନିର୍ବାହ କରିବେ । ସରକାରଙ୍କ ଯୋଜନାର ସଫଳ ରୂପାୟନ କରିବେ । ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ଏହି ନିଷ୍ପତ୍ତିକୁ ହ୍ବାଇଟ୍ ହାଉସ୍ ଏବଂ ଇଣ୍ଡୋ-ଆମେରିକୀୟ ସମ୍ପ୍ରଦାୟ ପ୍ରଶଂସା କରିବା ସହ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ଯଦି ଆମେରିକାନ ସିନେଟ ପକ୍ଷରୁ ମଞ୍ଜୁରୀ ମିଳେ ତେବେ ପ୍ରଥମ ମହିଳା, ପ୍ରବାସୀ ଭାବେ ସେ ଇତିହାସ ରଚିବେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତି ବିଭାଗର ନିଦ୍ଦେଶକ ମୁଖ୍ୟ ଭାବେ ସେ ଦାୟିତ୍ବ ତୁଲାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking