27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଭାରତ-ଚୀନ୍ କମାଣ୍ଡର ସ୍ତରୀୟ ଆଲୋଚନା ଆଜି

ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ଆଲୋଚନା ଆଜି

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ଗତ ଏପ୍ରିଲ୍ ମାସରୁ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହି ଉତ୍ତେଜନାକୁ କମ୍ କରିବା ପାଇଁ ଉଭୟ ଦେଶ ଲଗାତାର ଆଲୋଚନା ଚଳାଇଛନ୍ତି । ଏହା ମଧ୍ୟରେ ପାଙ୍ଗୋଙ୍ଗ୍ କୂଳ ସମେତ କେତେକ ସ୍ଥାନରେ ଡିସ୍‌ଏନ୍‌ଗେଜ୍‌ମେଣ୍ଟ୍ ହୋଇସାରିଛି । ତେବେ ଏବେ ବି କେତେକ ପଏଣ୍ଟରେ ଉଭୟ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭାରତ ଓ ଚୀନ୍ ମଧ୍ୟରେ ୧୨ତମ କୋର୍ କମାଣ୍ଡର୍ ସ୍ତରର ଆଲୋଚନା ହେବ । ଭାରତୀୟ ସେନା ସୂତ୍ର ଅନୁସାରେ, କୋର୍ କମାଣ୍ଡର ସ୍ତରର ଏହି ଆଲୋଚନା ଶନିବାର ସକାଳ ସାଢ଼େ ୧୦ଟା ବେଳେ ବାସ୍ତବିକ ନିୟନ୍ତ୍ରଣ ଲେଖା ନିକଟ ଚୀନ୍‌ର ମୋଲ୍ଡୋରେ ହେବ । ଏହି ଅବସରରେ ଉଭୟ ଦେଶର ସେନା ଅଧିକାରୀ ହଟ୍ ସ୍ପ୍ରିଙ୍ଗ୍ ଓ ଗୋଗରା ହାଇଟ୍ସ ଅଞ୍ଚଳରୁ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ନେଇ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।

ଏଲ୍‌ଏସି ବିଦାଦର ଅନ୍ତ ପାଇଁ ଚୀନ୍ ପକ୍ଷରୁ ପୂର୍ବରୁ ଜୁଲାଇ ୨୭ ତାରିଖରେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ କାର୍ଗିଲ୍ ବିଜୟ ଦିବସ ପାଳନ ଯୋଗୁଁ ଭାରତ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ନୂଆ ତାରିଖ ସ୍ଥିର କରିବା ପାଇଁ ଭାରତ ଚୀନ୍‌କୁ କହିଥିଲା । ଏହା ମଧ୍ୟରେ ଉଭୟ ଦେଶ ମଧ୍ୟରେ ୧୧ ରାଉଣ୍ଡ୍ ଆଲୋଚନା ହୋଇସାରିଛି । ଫଳସ୍ୱରୂପ କେତେକ ସ୍ଥାନରୁ ଉଭୟ ସେନା ପଛକୁ ହଟିଛନ୍ତି । ତେବେ ଏବେ ବି ଡେପ୍‌ସାଙ୍ଗ ପ୍ଲେନ୍‌, ଗୋଗରା ଓ ହଟ୍ ସ୍ପ୍ରିଙ୍ଗ୍‌ରେ ଉତ୍ତେଜନା ଜାରି ରହିଛି । ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏକ ସମୟରେ ସମାନ ରୂପେ ସେନା ପ୍ରତ୍ୟାହାର କରାଗଲେ ହିଁ ପୂର୍ଣ୍ଣ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ପାଇଁ ସହମତି ପ୍ରକାଶ ପାଇବ । ଗତ ମାସରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟ ଉପରେ କୁହାଯାଇଥିଲା ଯେ ଉଭୟ ପକ୍ଷ ଏଲ୍‌ଏସି ସହ ସମସ୍ତ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ପଛକୁ ହଟିବା ପାଇଁ ସହମତ ହେବା ପରେ ହିଁ ଆଗାମୀ ରାଉଣ୍ଡ୍ ଆଲୋଚନା ଆୟୋଜନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking