35.1 C
Bhubaneswar
Sunday, May 19, 2024
Homeଓଡିଶାଡେଙ୍ଗୁ କବଳରେ ଭୁବନେଶ୍ୱର : ୫୦୫ ଆକ୍ରାନ୍ତ, ଘରେ ଘରେ ଜ୍ୱର

ଡେଙ୍ଗୁ କବଳରେ ଭୁବନେଶ୍ୱର : ୫୦୫ ଆକ୍ରାନ୍ତ, ଘରେ ଘରେ ଜ୍ୱର

ଭୁବନେଶ୍ୱର : ଡେଙ୍ଗୁ କବଳରେ ରାଜଧାନୀ ଭୁବନେଶ୍ୱର । ଶୈଳଶ୍ରୀବିହାର, ନିଳାଦ୍ରୀବିହାର, ବରଗଡ ବ୍ରିଟ୍ କଲୋନୀ, ଚକେଇସିଆଣି, ବିଜେବି ନଗର ଭଳି ଏକାଧିକ ଅଞ୍ଚଳରେ ଅସମ୍ଭାଳ ହେଲାଣି ଡେଙ୍ଗୁ ସଂକ୍ରମଣ । ପ୍ରତି ଘରେ ୨ ରୁ ୩ ଜଣ ଜ୍ୱରରେ ପଡ଼ିଛନ୍ତି । ଗୋଟିଏ ପଟେ ଡେଙ୍ଗୁ କାୟା ମେଲାଉ ଥିବାବେଳେ ଏବେ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର କରିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏବେ ସହରରେ ସର୍ଭେଲାନ୍ସ ବଢାଯାଇଛି । ଆଜି ଠାରୁ ବିଏମ୍‌ସିର ବରିଷ୍ଠ ଅଧିକାରୀ ମାନେ କ୍ଷେତ୍ର ସ୍ଥରୀୟ ଗସ୍ତ କରିବା ସହ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ମିଳିଛି । ସକାଳ୮ଟାରୁ ବିଭିନ୍ନ ଅଧିକାରୀମାନେ ବିଭିନ୍ନ ଜୋନ୍ ଗସ୍ତ କରିବେ ବୋଲି ବିଏମ୍‌ସିି କମିଶନର ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି ।

ଏ ସ୍ଥିତିରେ ନା ସହରର ଗଳିକନ୍ଦିରେ ବୁଲୁଚି ମଶା ଧୂଆଁ ଗାଡି ନା ବଢ଼ୁଛି ସର୍ଭେଲାନ୍ସ । ଯାହା ରାଜଧାନୀବାସୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ ଥିଲା । କିନ୍ତୁ ବିଏମ୍‌ସି ଅଧିକାରୀଙ୍କ ଦୂରଦୃଷ୍ଟିହୀନ କାର୍ଯ୍ୟକଳାପ ଓ ଅପରଗତା ପାଇଁ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଇବାରେ ଲାଗିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଥିବାବେଳେ ସମ୍ବେଦନଶୀଳ ଅଞ୍ଚଳରେ ବିଏମ୍‌ସି ଦ୍ୱାରା ଯୋଗାଯାଉଥିବା ସର୍ଭେଲାନ୍ସ ସମ୍ପୂର୍ଣ୍ଣ ଧିମା ପରିଲିକ୍ଷିତ ହେଉଛି । ଏଯାବତ୍ ବିଏମ୍‌ସି ପକ୍ଷରୁ କେବଳ ସହରର ୫୩୬୬ ପରିବାରର ୨୨,୨୬୦ ନାଗରିକଙ୍କୁ ଆକ୍ଟିଭ୍ ସର୍ଭେଲାନ୍ସକୁ ଅଣାଯାଇପାରିଛି । ୧,୩୯୦ ସ୍ଥାନରେ ପ୍ରତିଷେଧାତ୍ମକ କାର୍ଯ୍ୟ କରାଯାଇଥିବାବେଳେ କାର୍ଯ୍ୟରେ ସ୍ଥାଣୁତା ନଜରକୁ ଆସିଛି । ତେବେ ଏବେସୁଦ୍ଧା ୫୮୮ ସ୍ଥାନରୁ ଏଡିସ୍ ମଶାର ଲାର୍ଭା ମିଳିଥିବା ସବୁଠୁ ବେଶୀ ଚିନ୍ତାର କାରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking