39.1 C
Bhubaneswar
Friday, April 26, 2024
Homeଓଡିଶାପଶ୍ଚିମରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଚେତାବନୀ

ପଶ୍ଚିମରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟରେ କମିଛି ବର୍ଷା ପରିମାଣ । ଜୁଲାଇ ମାସରେ ୩ ଲଘୁଚାପ ସୃଷ୍ଟି ହୋଇଛି, କିନ୍ତୁ ରାଜ୍ୟରେ ନିଆଣ୍ଟିଆ ବର୍ଷିଛି । ଏଯାବତ ରାଜ୍ୟରେ ୪୪୮.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ସ୍ୱାଭାବିକ ଠାରୁ ୧୯% କମ୍ ରହିଛି । ରାଜ୍ୟରେ ନିଆଣ୍ଟିଆ ବର୍ଷା ପରିମାଣ ଆହୁରି ବୃଦ୍ଧିପାଇବା ସମ୍ଭାବନା ପ୍ରକାଶ ପାଇଛି । ଶନିବାର ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ରବିବାର, ସୋମବାର ଓ ମଙ୍ଗଳବାର (୭୨ ଘଣ୍ଟା) ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । ଯାହାଫଳରେ ମୌସୁମୀ ବର୍ଷା ପରିମାଣ ଆହୁରି ଖସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଜୁନ୍ ୧୦ରୁ ଓଡ଼ିଶାରେ ସକ୍ରିୟ ହେଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଏବେ ମଧ୍ୟ ସ୍ୱାଭାବିକ୍ ବର୍ଷା ରେକର୍ଡ ହୋଇନାହିଁ । ଅଧା ଓଡ଼ିଶାରେ ଚାଷ ସ୍ଥିତି ଗମ୍ଭୀର ରହିଛି । ସେପଟେ ଗତ ୨୮ରେ ଲୋ-ପ୍ରେସରରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବଶୂନ୍ୟ ରହିଛି । ବର୍ତ୍ତମାନ ସକ୍ରିୟ ଲଘୁଚାପ ପ୍ରଭାବ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ପରିମାଣ କମିବାଫଳରେ ରାଜ୍ୟରେ ଚାଷ କାର୍ଯ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି ।  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ମୁତାବକ, ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ସତ୍ତ୍ୱେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ମାତ୍ର ୨୧ ମିମି ବର୍ଷା ରେକର୍ଡ ହୋଇଛି ।

୧୯ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୧ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୧୪୦ ମିମି ବର୍ଷା ରେକର୍ଡ ହୋଇଛି । ଶନିବାର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଭାରୀ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ମୁଖ୍ୟତଃ ସୁନ୍ଦରଗଡ଼, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାକୁ ପ୍ରବଳ ବର୍ଷା ଥିବା ଜଣାପଡ଼ିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ଲଘୁଚାପର ସାମାନ୍ୟ ପ୍ରଭାବ ରହିବ । ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking