27.1 C
Bhubaneswar
Friday, March 29, 2024
Homeକରୋନାଭୟଙ୍କର ହୋଇପାରେ ଡେଲ୍‌ଟା ଭାରିଆଣ୍ଟ୍ : ହାଡଫୁଟି ପରି ବ୍ୟାପିବ  

ଭୟଙ୍କର ହୋଇପାରେ ଡେଲ୍‌ଟା ଭାରିଆଣ୍ଟ୍ : ହାଡଫୁଟି ପରି ବ୍ୟାପିବ  

ନୂଆଦିଲ୍ଲୀ:  କରୋନା ଭାଇରସ୍‌ର ଡେଲ୍‌ଟା ଭାରିଆଣ୍ଟ୍ ନେଇ ଖରାପ ଖବର ସାମ୍ନାକୁ ଆସିଛି । ଡେଲ୍‌ଟା ଭାରିଆଣ୍ଟ୍ ହାଡଫୁଟି ପରି ସଂକ୍ରମିତ ହୋଇପାରେ । କରୋନା ଭାରିଆଣ୍ଟ୍‌ର ଅନ୍ୟ ଭାରିଆଣ୍ଟ୍ ଅପେକ୍ଷା ଡେଲ୍‌ଟା ଭୟଙ୍କର ତଥା ସଂକ୍ରାମକ ବୋଲି ଆମେରିକାର ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍ (ସିଡିସି) କହିଛି । ସୂଚନାଯୋଗ୍ୟ ଯେ ସିଡିସି ଦ୍ୱାରା କରାଯାଇଥିବା ଏକ ସର୍ଭେ ଯାହା ଏଯାବତ୍ ପ୍ରକାଶିତ ହୋଇନାହିଁ, ମାତ୍ର ଏହି ସମ୍ବନ୍ଧୀୟ ଏକ ଡକ୍ୟୁମେଣ୍ଟ୍ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି । ଚିନ୍ତାଜନକ ତଥ୍ୟ ହେଉଛି କି ଟିକାର ଉଭୟ ଡୋଜ୍ ନେଇସାରିଥିବା ବ୍ୟକ୍ତି ମଧ୍ୟ ଟିକା ନନେଇଥିବା ବ୍ୟକ୍ତିମାନଙ୍କ ପରି ଏହି ଭାଇରସ୍‌କୁ ସଂକ୍ରମିତ କରିପାରିବେ ବୋଲି ସର୍ଭେରୁ ଜଣାପଡ଼ିଛି । ଟିକା ନେଇସାରିଥିବା ବ୍ୟକ୍ତିମାନଙ୍କ ନାକ ଓ ଗଳାରେ ସମାନ ମାତ୍ରାରେ ଡେଲ୍‌ଟା ଭାଇରସ୍ ରହିଥାଏ ଯେପରିକି ଆଦୌ ଟିକା ନନେଇଥିବା ବ୍ୟକ୍ତିମାନଙ୍କ ନିକଟରେ ରହିଥାଏ ବୋଲି ସିଡିସିର ନିର୍ଦ୍ଦେଶକ ଡାକ୍ତର ରୋସେଲ୍ ପି ୱାଲେଙ୍କ୍‌ସୀ କହିଛନ୍ତି । ଟିକାର ଉଭୟ ଡୋଜ୍ ନେଇସାରିଥିବା ବ୍ୟକ୍ତି ସୁରକ୍ଷିତ । ଏହା ବ୍ୟକ୍ତିଙ୍କୁ ଗମ୍ଭୀର ରୂପେ ସଂକ୍ରମିତ ହେବାରୁ ବଞ୍ଚାଇଥାଏ । କିନ୍ତୁ ଭାଇରସ୍‌ର ଟ୍ରାନ୍ସମିଶନ୍ ତଥା ସଂକ୍ରମଣକୁ ରୋକି ନଥାଏ । ଆଲ୍‌ଫା ତୁଳନାରେ ଡେଲ୍‌ଟାର ସଂକ୍ରମଣ କ୍ଷମତା ୧୦ଗୁଣା ଅଧିକ ହେବା ସହିତ ଭୟଙ୍କର ବେମାରିର କାରଣ  ହୋଇପାରେ ବୋଲି ସର୍ଭେରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking