28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା ଶେଷ

ଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା ଶେଷ

ନୂଆଦିଲ୍ଲୀ : ଭାରତ-ଚୀନ୍ ୧୩ତମ କମାଣ୍ଡରସ୍ତରୀୟ ଆଲୋଚନା ଆଜି ଶେଷ ହୋଇଛି । ଏହି ଆଲୋଚନା ସାଢ଼େ ୮ଘଣ୍ଟା ଧରି ହୋଇଥିଲା । ଫୋକସ୍ ଥିଲା ହଟ୍ ସ୍ପ୍ରିଙ୍ଗ୍ର ପାଟ୍ରୋଲିଂ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର । ପାଟ୍ରୋଲିଂ ପାଇଁ ନୂଆ ପ୍ରୋଟୋକଲ୍ରେ କାମ କରିବାକୁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମଳିଛି। ଯେପରି ଆଉଥରେ ମୁହାଁମୁହିଁ ସ୍ଥିତି ନଉପୁଜେ । ମୋଲ୍ଡୋରେ ଆରମ୍ଭ ହୋଇଥିଲା ଆଲୋଚନା । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଲେହ ବେସ୍ର ୧୪ କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଜି.କେ ମେନନ୍ । ସାଢ଼େ ୮ ଘଣ୍ଟା ଧରି ଆଲୋଚନା ହୋଇଥିଲା । ସଂଧ୍ୟା ୭ଟାରେ ବୈଠକ ସରିଥିଲା ।

୧୨ତମ ବୈଠକର ଦୀର୍ଘ ବ୍ୟବଧାନ ପରେ ୧୩ତମ ବୈଠକ ହୋଇଛି । କୁଟନୈତିକ, ରାଜନୈତିକ ଏବଂ ଏକାଧିକ ପର୍ଯ୍ୟାୟ ସାମରିକ ଆଲୋଚନା ପରେ ଗତ ଫେବ୍ରୁଆରୀରେ ପାଙ୍ଗଙ୍ଗ ସୁ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଥିଲେ ଉଭୟ ପକ୍ଷ । ଗୋଗ୍ରାର ପାଟ୍ରୋଲିଂ ପଏଣ୍ଟ ୧୭ରୁ ଅଗଷ୍ଟରେ ସୈନ୍ୟ ପ୍ରତ୍ୟାହାର ହୋଇଥିଲା । ଏବେ ହଟ୍ ସ୍ପ୍ରିଙ୍ଗ, ଦୀପସାଙ୍ଗ ଓ ଡେମଚୋକରେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ଦୁଇ ଦେଶର ସେନା । ଗତ ବର୍ଷ ମେ ମାସରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking