32.1 C
Bhubaneswar
Friday, April 26, 2024
Homeଓଡିଶାମହଙ୍ଗା ହେବ ଟୋଲ୍ ଫି

ମହଙ୍ଗା ହେବ ଟୋଲ୍ ଫି

ଭୁବନେଶ୍ୱର : ଚାଳକଙ୍କୁ ଲାଗିପାରେ ବଡ ଝଟକା । ରାଜ୍ୟରେ ମହଙ୍ଗା ହେବ ଟୋଲ ଫି ଆଦାୟ । ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍ ଦେୟ । କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି । ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ ଫି ରୁଲ୍ । ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର ଓ ରାଉରକେଲା ଟୋଲ୍ ପ୍ଲାଜାରୁ ଟୋଲ ଆଦାୟ ହେଉଛି ।
ପୂର୍ତ୍ତ ବିଭାଗ ଅଧୀନରେ ୨୯ଟି ଟୋଲ୍ ଗେଟ୍ ଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ୭ଟି ଟୋଲ୍ ଗେଟ୍ । ଏସବୁରୁ ବାର୍ଷିକ ୨୨ରୁ ୨୪ କୋଟି ଟଙ୍କା ଆଦାୟ ହେଉଛି । ୨୦୦୬ରେ ଧାର୍ଯ୍ୟ ଦର ଅନୁସାରେ ଏବେ ଟୋଲ ଆଦାୟ ହେଉଛି ତିନି ଚକିଆ ଯାନ ପାଇଁ ଦୈନିକ ୭ଟଙ୍କା, କାର, ଜିପ୍ ଓ ଅନ୍ୟ ହାଲକା ଯାନ ପାଇଁ ୧୫ ଟଙ୍କା, ବସ, ମିନି ଟ୍ରକ, ଟ୍ରାକ୍ଟର ଏବଂ ପିକଅପ୍ ଭ୍ୟାନ ଭଳି ଯାନ ପାଇଁ ୩୦ ଟଙ୍କା ଦେବାକୁ ପଡୁଛି । ଭାରୀଯାନ ପାଇଁ ଦୈନିକ ଦେୟ ରହିଛି ୩୦୦ ଟଙ୍କା । ଏବେ ଯେଉଁ ଦର ରହିଛି, ତାକୁ ଦେବାକୁ ଲୋକେ ଅମଙ୍ଗ ହେଉଥିବା କହିଛନ୍ତି ମୁଣ୍ଡଳୀ ଟୋଲ୍ ଗେଟ୍ ମ୍ୟାନେଜର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking