ଅଟୋକୁ ପିଟିଲା ଟ୍ରାକ୍ଟର

ମୋହନା : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଳାରେ । ଆଜି ସକାଳେ ଏକ ସ୍କୁଲ ଅଟୋ ପିଲାଙ୍କୁ ନେଇ ଯାଉଥିବା ବେଳେ ଏହି ସଡକ ଦୁର୍ଘଟଣା ହୋଇଛି ।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ନିକଟସ୍ଥ ରାମଚନ୍ଦ୍ରପୁର ବୁଲାଣି ରାସ୍ତାରେ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଏକ ଟ୍ରାକ୍ଟର ପିଟି ଦେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ମୃତ ଛାତ୍ରଙ୍କ ନାଁ ଲୁବୁନ କରାଡ଼ । ତାଙ୍କ ଘର ରଣାଲଇ ଗାଁରେ । ଆଜି ସକାଳେ ରଣାଲଇ ଗାଁରୁ ଏକ ଅଟୋ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ତଲଡ଼ା ସ୍ଥିତ ଏକ ଘରୋଇ ସ୍କୁଲକୁ ଆସୁଥିଲା । ଏହି ସମୟରେ ରାମଚନ୍ଦ୍ରପୁର ନିକଟ ବୁଲାଣିଆ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା । ଏଥିରେ ଜଣେ ଛାତ୍ରଙ୍କ ମୃତ ଘଟିଥିବା ବେଳେ ଆହତ ହୋଇଥିବା ଛାତ୍ରମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2019/12/14/3-shops-burnt-in-fir/