28.1 C
Bhubaneswar
Wednesday, April 24, 2024
Homeଓଡିଶାହାଇସ୍କୁଲ କୋଠା ଉଦ୍‌ଘାଟନ : ଶିକ୍ଷା ଓ ଶୃଙ୍ଖଳା ହେବ ବିକାଶର ଚାବିକାଠି- ନରସିଂହ

ହାଇସ୍କୁଲ କୋଠା ଉଦ୍‌ଘାଟନ : ଶିକ୍ଷା ଓ ଶୃଙ୍ଖଳା ହେବ ବିକାଶର ଚାବିକାଠି- ନରସିଂହ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- ଗତକାଲି ଅପରାହ୍ନରେ ବିଧାୟକ ଶ୍ରୀ ମିଶ୍ର ବିଡିଘାଟ ପଂଚାୟତ ସ୍ଥିତ ଚାଣ୍ଟିମୁଣ୍ଡା ପୁରୁଷୋତ୍ତମ ହାଇସ୍କୁଲର ମୁଖ୍ୟ ଗେଟ ସମେତ ସ୍କୁଲ କୋଠାର ଶୁଭ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନି ପରବର୍ତ୍ତି ସଭାରେ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ଉଦ୍‌ବୋଧନରେ ଶିକ୍ଷା ଓ ଶୃଙ୍ଖଳା ଏ ଅଂଚଳର ବିକାଶରେ ଚାବିକାଠି ହେବ ବୋଲି କହିବା ସହ ଉପସ୍ଥିତ ଥିବା ଗ୍ରାମବାସୀଙ୍କ ଠାରୁ ବିଭିନ୍ନ୍ ସମସ୍ୟା ଶୁଣିଥିଲେ । ବିଭିନ୍ନ ସମସ୍ୟା ଶୁଣିବା ପରେ ଗାଁରେ ଥିବା ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବାସଗୃହ, ଭତ୍ତା, ରାସନ କାର୍ଡ ଇତ୍ୟାଦି ସୁନିଶ୍ଚିତ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ ଏବଂ ସେ ସମସ୍ତ ଲୋକ ଯେମିତି ଆଗାମୀ ୪ବର୍ଷ ଭିତରେ ସମସ୍ତ ପ୍ରକାର ସରକାରୀ ଯୋଜନାର ଲାଭ ସୁନିଶ୍ଚିତ ପାଇବେ ସେ ଦିଗରେ ସେ କାମ କରିବେ ବୋଲି କହିଥିଲେ । ଏହି ଅବସରରେ ବିଇଓ ରିଚପାଲ ସାଗର, ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ୱଜିତ ନାଥ, ପ୍ରଧାନଶିକ୍ଷକ ବବୃବାହନ ଭୋଇ, ବ୍ଲକ ଉପଧ୍ୟକ୍ଷା ଯଶୋବନ୍ତି ବଘାର, ନାଏବ ସରପଂଚ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ମଧ୍ୟ, ସଦର ବ୍ଲକ ସ୍ଥିତ ବିଡିଘାଟ ପଂଚାୟତ ଏବଂ ମାଧିଆପାଲି ପଂଚାୟତ ସ୍ଥିତ ରିନବଚନ, ମାଧିଆପାଲି ଓ ବୀରମୁଣ୍ଡା ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପରେ ମାଧିଆପାଲି ପଂଚାୟତ ସ୍ଥିତ ମାଧିଆପାଲି, ରିନ ବଚନ, ଖଇରପାଲି, ବିରମୁଣ୍ଡା ଏବଂ ଡୁମେରପାଲି ଠାରେ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ବାବଦରେ ବିଷଦ ଆଲୋଚନା କରିଥିଲେ । ଏହି ଗସ୍ତର ମାଧିଆପାଲି ଠାରେ ଏକ କମୁନିଟି ସେଣ୍ଟର ର ଶୁଭ ଉଦ୍‌ଘାଟନ କରିଥିଲେ । ଏ ସବୁ ଗ୍ରାମ ମାନଙ୍କର ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଅନେକ ଲୋକ ବଲାଙ୍ଗିର ବନ୍ୟା ପରବର୍ତ୍ତି କ୍ଷୟକ୍ଷତିକୁ ନେଇ ଅନେକ ଅଭିଯୋଗ କରିଥିଲେ । ବିଶେଷ କରି ମାଧିଆପାଲି ଠାରେ ଯାଇଥିବା ନାଳରେ ବନ୍ୟାଜଳ ବାରମ୍ବାର ହିଡ ଭାଙ୍ଗି ଘରଦ୍ୱାରା ଭାଙ୍ଗୁଥିବାରୁ ତାର ପ୍ରତିକାର ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର ଯନ୍ତ୍ରୀଙ୍କୁ ପଠାଇ ଏହାର ସମାଧାନର ପନ୍ଥା ଶିଘ୍ର ବାହାର କରିବେ ବୋଲି ଶ୍ରୀ ମିଶ୍ର ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ତା ସହିତ ଗରିବ ଲୋକମାନଙ୍କର ଏକ ତାଲିକା ଯେଉଁମାନେ କି ସରକାରୀ ଯୋଜନା ଯଥା ଇନ୍ଦିରା ଆବାସ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦିରୁ ବଂଚିତ ଅଛନ୍ତି ତାହା ତାଙ୍କୁ ପ୍ରଦାନ କଲେ ସେମାନେ ଯେମିତି ଏହି ସବୁ ଯୋଜନାରୁ ଲାଭ ପାଇପାରିବେ ସେ ଦିଗରେ ବିଭାଗିୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ପୁରୁଷୋତ୍ତମ ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ୱଜିତ ନାଥ, ବ୍ଲବ ସଭାପତି ରାମପ୍ରସାଦ ମିଶ୍ର, ଯୁବନେତା ଅଜୟ ବାଲି, ସରୋଜ ରଥ, ପୂର୍ବତନ ଅଧ୍ୟକ୍ଷ ଘାସିରାମ ବେହେରା, ଅଶୋକ ନନ୍ଦ, ପ୍ରଦୀପ ବେହେରା, ବିରେନ୍ଦ୍ର ବାବୁ, ସରପଞ୍ଚ ଦିଲିପ ବିଶ୍ୱାଲ, କମଲ, ତ୍ରିନାଥ ରାଉତ, ଯଶୋବନ୍ତ ଛତ୍ରିଆ, ତରଣୀ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking