29.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠୁ କୋଣାର୍କ- ପୁରୀ ବେଳାମାର୍ଗସ୍ଥିତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ

ଆଜିଠୁ କୋଣାର୍କ- ପୁରୀ ବେଳାମାର୍ଗସ୍ଥିତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ

ଭୁବନେଶ୍ୱର: କୋଣାର୍କ- ପୁରୀ ବେଳାମାର୍ଗସ୍ଥିତ କୁଶଭଦ୍ରା ନଦୀ କୂଳରେ ଆୟୋଜନିତ ହେବ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ । ବେଳାଭୂମିରେ ୫୮ଟି ବିଳାସପୂର୍ଣ୍ଣ ଟେଣ୍ଟରେ ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବା ପାଇଁ ଆୟୋଜନ ହୋଇଛି ।
କୁଶଭଦ୍ରା ନଦୀ ମୁହାଣରେ ପୂର୍ବଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଆଜିଠୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜତି ହେବ । ଏଥିପାଇଁ ପ୍ରସ୍ତୁତ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ବେଳାଭୂମିରେ ୫୮ଟି ବିଳାସପୂର୍ଣ୍ଣ ଟେଣ୍ଟରେ ପର୍ଯ୍ୟଟକମାନେ ପ୍ରକୃତିର ମଜା ନେବେ । ଆମ ରାଜ୍ୟର ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଅତି ନିକଟରୁ ଉପଭୋଗ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଏହି ରିଟେଟ ଆୟୋଜନ କରାଯାଇଛି ।
ପର୍ଯ୍ୟଟକଙ୍କ ପାଇଁ ସୁଦୀର୍ଘ ସମୁଦ୍ରର ବାଲୁକା ଶିଳ୍ପ, ଅତ୍ୟାଧୁନିକ କ୍ୟାମ୍ପ , ଜଳକ୍ରୀଡ଼ା ଓ ନାମୀ ଦାମୀ ହୋଟେଲରେ ଖାଦ୍ୟର ମଜା ନେବା ପାଇଁ ବ୍ୟବସ୍ଥା କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ଏହି ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟଭାଲ ଜାନୁଆରୀ ୩ଯାଏଁ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking