29.1 C
Bhubaneswar
Saturday, April 27, 2024
Homeକରୋନାଆମେରିକାରେ କରୋନାର କରୁଣ ଚିତ୍ର, ନ୍ୟୁୟର୍କରେ ଗତବର୍ଷରୁ ଟ୍ରକ୍‌ରେ ପଡ଼ିରହିଛି ୭୫୦ ଶବ

ଆମେରିକାରେ କରୋନାର କରୁଣ ଚିତ୍ର, ନ୍ୟୁୟର୍କରେ ଗତବର୍ଷରୁ ଟ୍ରକ୍‌ରେ ପଡ଼ିରହିଛି ୭୫୦ ଶବ

ନ୍ୟୁୟର୍କ : ଏବେ ବିଶ୍ୱରେ କରୋନା ମହାମାରୀର ସଂକ୍ରମଣ କାୟା ବିସ୍ତାର କରିଥିଲାବେଳେ ଗତବର୍ଷ ପ୍ରାରମ୍ଭରେ ଅନୁରୂପ ପରିସ୍ଥିତି ହୋଇଥିଲା । ସେତେବେଳେ ଆମେରିକାକୁ କରୋନା ଭୂତାଣୁ ଏକପ୍ରକାର ଗ୍ରାସ କରିଥିଲା । ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ । ଏଭଳି ପରିସ୍ଥିତି ଉପୁଜିଥିଲା ଯେ ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ପଡ଼ିରହିଥିଲା । ସେହି ସମୟର ଏକ ଚାକ୍ଷୁକ୍ଷ ପ୍ରମାଣ ଏବେ ନଜରକୁ ଆସିଛି । ନ୍ୟୁୟର୍କ ସହରରେ ରେଫ୍ରିଜରେଟର୍ ଖଞ୍ଜାଯାଇଥିବା ଟ୍ରକ୍‌ରେ ୭୫୦ ଶବ ଏପର୍ଯ୍ୟନ୍ତ ପଡ଼ିରହିଛି । ଅଧିକାଂଶ ଶବ ନ୍ୟୁୟର୍କର ୩୯ତମ ଷ୍ଟ୍ରୀଟ୍‌୍‌ରେ ଟ୍ରକ୍‌ରେ ପଡ଼ିରହିଛି । ଉଲ୍ଲେଖଯୋଗ୍ୟ, ନ୍ୟୁୟର୍କ ସହରରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ପୌର ପ୍ରଶାସନ ପକ୍ଷରୁ କରୋନାରେ ମୃତ ରୋଗୀଙ୍କ ଶବ ରଖିବାକୁ ଉପାୟ ନପାଇ ଟ୍ରକ୍‌କୁ ଶବାଗାର ଭାବରେ ବ୍ୟବହାର କରାଯାଇଥିଲା । ୨୦୨୦ ଏପ୍ରିଲରେ ଏଭଳି ସ୍ଥିତି ଉପୁଜିଥିଲା ।

ଦୈନିକ ଏତେ ସଂଖ୍ୟାରେ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଲା ଯେ ସେଗୁଡ଼ିକର କେହି ଦାବିଦାର ରହିଲେ ନାହିଁ । ହାର୍ଟ ଦ୍ୱୀପରେ କବର ଦେବା ପୂର୍ବରୁ ଅନ୍ୟୂନ ୧୪ଦିନ ରଖିବାକୁ ପଡ଼ୁଥିଲା ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ନ୍ୟୁୟର୍କର ମେଡିକାଲ ଯାଞ୍ଚ କାର୍ଯ୍ୟାଳୟ ମୁଖପାତ୍ର ମାର୍କ ଡିଜାୟାର୍ କହିଛନ୍ତି, ଗତବର୍ଷ କୋଭିଡ୍ ମହାମାରୀ ଶୀର୍ଷରେ ପହଞ୍ôଚଥିବାବେଳେ ମୃତଦେହଗୁଡ଼ିକୁ ସାଇତି ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ମୃତକଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବା ପାଇଁ ପରିବାରବର୍ଗଙ୍କୁ ସୁଯୋଗ ଦେବା ନିମନ୍ତେ ଏଭଳି ବ୍ୟବସ୍ଥା ହୋଇଥିଲା । ଏହି ମୃତଦେହଗୁଡ଼ିକୁ ଆମେରିକାର ହାର୍ଟ ଦ୍ୱୀପରେ କବର ଦେବାକୁ ଯୋଜନା କରାଯାଉଛି । ମୃତକଙ୍କ ପରିବାର ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଛି ବୋଲି ମେଡିକାଲ ଯାଞ୍ଚ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଡେପୁଟି କମିଶନର୍ ଡିନା ମାନିଓଟିସ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକାରେ କରୋନାରେ ପ୍ରାୟ ୬ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲାବେଳେ ହଜାର ହଜାର ପରିବାର ମୂଳପୋଛ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking